Home କେନ୍ଦ୍ରାପଡ଼ା ଦଳିତ ବର୍ଗ ଲୋକଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଦଳିତ ବର୍ଗ ଲୋକଙ୍କୁ ଆକ୍ରମଣ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

63

କେନ୍ଦ୍ରାପଡ଼ା, ୨୯ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଦଳିତ ବର୍ଗର ଲୋକଙ୍କୁ ସବର୍ଣ୍ଣ ବର୍ଗର ଆକ୍ରମଣ ନେଇ ଜିଲ୍ଲାପାଳଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ରାଜଗଡ ପଞ୍ଚାୟତର ନଛିପଡା ଗ୍ରାମର ଦଳିତସାହିର ଲୋକମାନେ କାର୍ତ୍ତିକେଶ୍ୱର ମେଢକୁ ପାଣିରେ ବିଷର୍ଜ୍ଜନ କରିବାକୁ ସବର୍ଣ୍ଣ ସାହି ଦେଇ ନେଉଥିବା ବେଳେ ସେହିସାହିର କେତେକ ସବର୍ଣ୍ଣ ବ୍ୟକ୍ତି ପୂର୍ବ ଶତୃତାକୁ ନେଇ ସେମାନଙ୍କୁ ବିରୋଧ କରିଥିବା ଅଭିଯୋଗ ହୋଇଛି। ଏଥିସହିତ ସେମାନେ ଦଳିତବର୍ଗର ଲୋକମାନଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ସମ୍ପର୍କରେ ମହାକାଳପଡା ଥାନାରେ ଅଭିଯୋଗ ହୋଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ନେଇ ରବିନ୍ଦ୍ର ମଳିକ, ବାବୁଲି ମଳିକ, ଶୈଳେନ୍ଦ୍ର ମଳିକ, ଅମୁଲ୍ୟ ମଳିକ, ଅରୁଣ ମଳିକ, ଉଦୟ ମଳିକ, ସାଗର ମଳିକ, ଶ୍ରୀଚରଣ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.