Home Coronavirus Outbreak ବଢ଼ିପାରେ ଲକ୍‌ଡାଉନ୍‌ – କିଛି ସମୟ ପରେ ମୁଖ୍ୟଶାସନ ସଚିବଙ୍କ ପ୍ରେସ ମିଟ୍‌

ବଢ଼ିପାରେ ଲକ୍‌ଡାଉନ୍‌ – କିଛି ସମୟ ପରେ ମୁଖ୍ୟଶାସନ ସଚିବଙ୍କ ପ୍ରେସ ମିଟ୍‌

103

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ। ଲକଡାଉନ୍ ଲାଗୁ କରାଯାଇଛି। ରାଜ୍ୟ ସରକାର ଲାଗୁ କରିଥିବା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଆସନ୍ତାକାଲି ଏହା ସରିବାକୁ ଯାଉଛି। କିନ୍ତୁ ସଂକ୍ରମଣକମୁନାହିଁ। କେତେକ ଜିଲ୍ଲାରେ ପଜିଟିଭ୍ ହାର ୩୦ ପ୍ରତିଶତ ପାଖାପାଖି ଥିବା ବେଳେ କେତେକ ଜିଲ୍ଲାରେ ୨୦ ପ୍ରତିଶତ ଅଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛନ୍ତି। ଏନେଇ ସେ କିଛି ସମୟ ପରେ ପ୍ରେସମିଟ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ମୁଖ୍ୟ ଶାସନ ସଚିବ ରାଜ୍ୟରେ ଜାରି ରହିଥିବା ଲକଡାଉନ୍ କୁ ବଢ଼ାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଆଶଙ୍କା କରାଯାଉଛି ଆଉ ୧୪ ଦିନ ଲକଡ଼ାଉନ ଅବଧି ବଢ଼ିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.