Home Top News ଜୁନ୍‌ ୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି – ମୁଖ୍ୟଶାସନ ସଚିବଙ୍କ ଘୋଷଣା

ଜୁନ୍‌ ୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌ ଅବଧି – ମୁଖ୍ୟଶାସନ ସଚିବଙ୍କ ଘୋଷଣା

109

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ। ଲକଡାଉନ୍ ଲାଗୁ କରାଯାଇଛି। ରାଜ୍ୟ ସରକାର ଲାଗୁ କରିଥିବା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଆସନ୍ତାକାଲି ଏହା ସରିବାକୁ ଯାଉଛି। କିନ୍ତୁ ସଂକ୍ରମଣକମୁନାହିଁ। କେତେକ ଜିଲ୍ଲାରେ ପଜିଟିଭ୍ ହାର ୩୦ ପ୍ରତିଶତ ପାଖାପାଖି ଥିବା ବେଳେ କେତେକ ଜିଲ୍ଲାରେ ୨୦ ପ୍ରତିଶତ ଅଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଛନ୍ତି। ଆଜି ଅପରାହ୍ନରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତେବେ ରାଜ୍ୟରେ ପୁଣି ଲକ୍ଡାଉନ୍ ଅବଧିକୁ ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଜୁନ୍, ୧ ସକାଳ ୫:୦୦ ପୂର୍ବାହ୍ନ ସାପ୍ତାହିକ ବନ୍ଦ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଜରୁରୀ ଦ୍ରବ୍ୟ କ୍ରୟ ୱିଣ୍ଡୋ ସକାଳ ୭:୦୦ ରୁ ୧୧:୦୦ ପର୍ଯ୍ୟନ୍ତ ୪ ଘଣ୍ଟାକୁ ହ୍ରାସ କରାଯାଇଛି ଅର୍ଥାତ୍ ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଖୋଲାରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ।

• ବାହାଘର, ବ୍ରତଘର ଭୋଜିଭାତକୁ ମନା। ବିବାହ କାର୍ଯ୍ୟରେ ମାତ୍ର ୨୫ ଜଣଙ୍କୁ ଅନୁମତି।ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ। ଭୋଜିଭାତ ହୋଇପାରିବ ନାହିଁ। କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ। ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ। କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ।

• ଶନିବାର ରବିବାର ବନ୍ଦକୁ କଡାକଡି ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.