Home ଜିଲ୍ଲା ପରିକ୍ରମା ବଡ଼ପାଳ ଜିପିଏଲଏଫ ସଭାପତି-ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ : ବିଭିନ୍ନ ଦାବି ନେଇ ଧାରଣାରେ ଏମବିକେ

ବଡ଼ପାଳ ଜିପିଏଲଏଫ ସଭାପତି-ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ : ବିଭିନ୍ନ ଦାବି ନେଇ ଧାରଣାରେ ଏମବିକେ

174

ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ (ଜିପିଏଲଏଫ୍‌)ର ସଭାପତି ଓ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟଧାରାକୁ ବିରୋଧ କରି ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତର ମାଷ୍ଟର ବୁକ୍ କିପର ‘ଏମବିକେ’ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମହାସଂଘ ସମ୍ପାଦିକା ଓ ସଭାପତିଙ୍କ କାର୍ଯ୍ୟକାଳ ଅବଧି ଶେଷ ହୋଇଥିଲେ ବି ନୂତନ କର୍ମକର୍ତ୍ତା ଚୟନ ନ କରିବା, ବର୍ଷ ତମାମ କୌଣସି ବୈଠକ ଆୟୋଜନ ନକରି ଏମବିକେ, ସିଆରପି ଓ ସଭ୍ୟାଙ୍କ ଜାଲ ଦସ୍ତଖତ ଜରିଆରେ ମିଥ୍ୟା ପ୍ରସ୍ତାବ ଗୃହୀତ କରିବା, ଜିପିଏଲଏଫ୍‌ରେ ସଦସ୍ୟତା ନଥିବା ଏସଏଚଜିଙ୍କ ଅଭିଯୋଗ କ୍ରମେ ଆଞ୍ଚଳିକ ମଞ୍ଚକୁ ତଦନ୍ତ ଦାୟିତ୍ୱ ଦେବା, ଏମବିକେ ଓ ସିଆରପିଙ୍କୁ ୧୨ ମାସ ଧରି ଦରମା ନ ମିଳିବା ଆଦି ଅଭିଯୋଗ ନେଇ ସେମାନେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ମହାସଂଘର ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଏମବିକେମାନେ ଚେତାବନୀ ଦେଇଥିଲେ। ଖବର ପାଇ ଓଡ଼ିଶା ଜୀବିକା ମିଶନର ବାଲେଶ୍ୱର ଜିଲ୍ଲା ଡିପିଏମ ଜିତେନ୍ଦ୍ର କୁମାର ବିଶ୍ୱାଳ ଧାରଣାସ୍ଥଳରେ ପହଞ୍ଚି ଏମବିକେଙ୍କଠାରୁ ଦାବିପତ୍ର ଗ୍ରହଣ ସହ ସେମାନଙ୍କୁ ବୁଝାସୁଝା କରିଥିଲେ। ସମ୍ପାଦିକା ଓ ସଭାପତି କରିଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରିବା ସହ ସେମାନଙ୍କ ଦାବି ପୂରଣ ନେଇ ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେବା ପରେ ଏମବିକେମାନେ ଧାରଣାରୁ ନିବୃତ ହୋଇଥିଲେ>

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.