Home ଜିଲ୍ଲା ପରିକ୍ରମା ବ୍ୟାସନଗର ପୂର୍ବତନ ନଗରପାଳଙ୍କ ଦେହାନ୍ତ

ବ୍ୟାସନଗର ପୂର୍ବତନ ନଗରପାଳଙ୍କ ଦେହାନ୍ତ

88

ଯାଜପୁର୧୮।୫ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ବରିଷ୍ଠ ଆଇନ ଜୀବି ତଥା ବ୍ୟାସନଗର ପୂର୍ବତନ ନଗରପାଳ ଓ ଯାଜପୁର ରୋଡ ଓକିଲ ସଂଘର ବରିଷ୍ଠ ଆଇନଜୀବି ହୃଷିକେଶ ରାଉତଙ୍କର ଆଜି ମଧ୍ୟାହ୍ନ ସମୟରେ ଦେହାନ୍ତ ହୋଇ ଯାଇଅଛି। ତାଙ୍କ ବିୟୋଗ ରେ ଯାଜପୁର ରୋଡ ରେ ଶୋକ ଛାୟା ଖେଳିଯାଇଛି । ସ୍ୱର୍ଗତ ରାଉତ ଏକା ଧରା ରେ ବିଶିଷ୍ଟ ଆଇନ ଜୀବି ରାଜନେତା ସମାଜ ସେବୀ ସୁବକ୍ତା ଓ ପରୋପକାରୀ ଥିଲେ ବ୍ୟାସ ନଗର ପୌର ପରିଷଦ ର ୨ଥର ନଗର ପାଳ ଥିଲେ।.ବ୍ୟାସନଗର ସହର ବହୁ ବିକାଶ ମୂଳକ କାର୍ଯ୍ୟ କରି ସହର ବାସୀ ଙ୍କ ହୁଦୟ କୁ ଜିଣି ଥିଲେ ସେ ଜଣେ ନିର୍ଭୀକ ସାହସୀ ସାଲିସ ବିହୀନ ନେତା ଥିଲେ ସରକାରୀ ଓକିଲ ଭାବରେ ତାଙ୍କ ନାମ କରି ଥିଲେ ତାଙ୍କ ମର ଶରୀର କୁ ଯାଜପୁର ରୋଡ କୋର୍ଟ ପରିସର କୁ ନିଆ ଯାଇ ଆଇନ ଜୀବି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ସ୍ୱର୍ଗତ ରାଉତ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହର ନିଶବ୍ଦ ହୋଇ ଯାଇ ଥିଲା ସ୍ୱର୍ଗତ ରାଉତ ଙ୍କ ମୃତ୍ୟୁ ରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଗଭୀର ଶୋକ ପ୍ରକଟ କରି ଛନ୍ତି। ବ୍ୟାସ ନଗର ସହର ର ବିକାଶ ପାଇଁ ସେ ସହର ବାସୀ ଙ୍କ ନିକଟରେ ସବୁ ଦିନ ପାଇଁ ମନେ ରହିବେ ତାଙ୍କର ଆତ୍ମା ର ସଦଗତି ପାଇଁ ଇଶ୍ୱର ନିକଟରେ ପାର୍ଥନା କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡ଼ାଇ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଅଣସଂଗଠିତ ଶ୍ରମିକ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯାଜପୁର ଜିଲ୍ଲା ଟାକ୍ସ ବାର ଆସୋସିଏସନ ର ସଭାପତି ବିବେକା ନନ୍ଦ ମହାନ୍ତି, ବହୁ ଆଇନ ଜୀବି ଶିକ୍ଷା ବିତ ବିଭିନ୍ନ ଦଳ ର ରାଜ ନେତା ଶୋକ ପ୍ରକଟ କରିବା ସଂଗେ ଆତ୍ମା ର ସଦ ଗତି ପାଇଁ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.