Home ଜିଲ୍ଲା ପରିକ୍ରମା କୋଭିଡ କଟକଣା କଡାକଡି ଲାଗୁ; ଏନଫୋର୍ସମେଣ୍ଟ ଟିମ ସଜାଗ

କୋଭିଡ କଟକଣା କଡାକଡି ଲାଗୁ; ଏନଫୋର୍ସମେଣ୍ଟ ଟିମ ସଜାଗ

51

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ଅଞ୍ଚଳରେ କୋଭିଡ କଟକଣା କଡାକଡି ଭାବେ ଲାଗୁ କରାଯିବାକୁ ଏନଫୋର୍ସମେଣ୍ଟଟିମ ବିଭିନ୍ନ ଜନଗହଳିପୂର୍ଣର୍ ସ୍ଥାନକୁ ତଦାରଖ କରୁଥିବା ଜଣାଯାଇଛି । ତହସିଲଦାର କ୍ଷୀରୋଦ ପଣ୍ଡା, ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ବ୍ଲକଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଓ ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକଙ୍କ ନେତୃତ୍ୱରେ ଗଠିତ ଏନଫୋର୍ସମେଣ୍ଟ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । କୋଭିଡ ନିୟମ ପାଳନ ପାଇଁ ମାର୍କେଟିଂ ଇନିସପେକ୍ଟର ଶ୍ରୀ ନାୟକ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସ୍ଥାନୀୟ ଶାଖା, ୟୁକୋ ବ୍ୟାଙ୍କ ଶାଖାକୁ ଆଜି ତଦାରଖ କରିଥିବା ଜଣାଯାଇଛି । କହରାପୋଖରୀ ଗ୍ରାମର ବିଷ୍ଣୁ ଚରଣ ପଣ୍ଡାଙ୍କ ବିଭାଘର କୋଭିଡ ନିମୟାବଳୀ ଅନୁଯାୟୀ ପାଳନ କରାଯିବାକୁ ତଦାରଖ କରାଯାଇଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.