Home ଓଡ଼ିଶା ବ୍ୟବସାୟୀ ନରେଶ ଅଗ୍ରୱାଲ ଅପହରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ଡେରାଡୁନ ର ରାଜୀବ ଦୁଆ...

ବ୍ୟବସାୟୀ ନରେଶ ଅଗ୍ରୱାଲ ଅପହରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ଡେରାଡୁନ ର ରାଜୀବ ଦୁଆ ସମେତ ୫ ଗିରଫ

109

ସମ୍ବଲପୁର, ୨୭/୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ଶାସନ ଥାନା ବାଏପାସ ନିକଟରୁ ସମ୍ବଲପୁର ର ଜଣାଶୁଣା ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ (୬୩)ଙ୍କୁ ଗତ ୧୦ତାରିଖ ଦିନ ପ୍ରାୟ ୧ ଟା ସମୟରେ ଅପହରଣ କରାଯାଇଥିଲା ଓ ମଧ୍ୟ ରାତିରେ ତାଙ୍କୁ ପୋଲିସ ଉଦ୍ଧାର କରିଥିଲା। ଏହାର ଦୀର୍ଘ ୧୬ଦିନ ପରେ ରବିବାର ପୋଲିସ ର ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ଉତ୍ତରାଖଣ୍ଡ, ଡେରାଡୁନ ନିବାସୀ ଏଠାକୁ ଆସି କପଡା ବ୍ୟବସାୟ କରୁଥିଲା। ବ୍ୟବସାୟ ରେ ବିଫଳ ହୋଇ ସେ ଅନେକ ଗୁଡ଼ିଏ ଟଙ୍କା ଋଣ ନେଇ ପରିଶୋଧ କରିପାରୁନଥିଲା। ଏହି ଋଣ ଭାରରୁ ମୁକୁଳିବାକୁ ଆବଶ୍ୟକ ଟଙ୍କା ଯୋଗାଡ କରିବାପାଇଁ ବିଶିଷ୍ଟ ଷ୍ଟିଲ ବ୍ୟବସାୟୀ ନରେଶର ଅପହରଣ ପାଇଁ ସେ ଯୋଜନା କରିଥିଲା ବୋଲି ଜଣାଯାଇଛି। ଏହି ମାମଲା ରେ ପୋଲିସ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ଓ ସେମାନେ ହେଲେ ଧନକଉଡ଼ାର ମହମ୍ମଦ ସୈଫୁଲ୍ଲା (୨୪), ମାୟାବଗିଚାର ମହମ୍ମଦ ଅଲୀ (୨୫) ଓ ମୋତି ଝରନର ମହମ୍ମଦ ଆସିବ।। ଏହା ପୂର୍ଵ ରୁ ଗତ ୧୫ ତାରିଖ ରେ ଜଣେ ଅଭିଯୁକ୍ତ ଝାରସୁଗୁଡା ଜ଼ିଲ୍ଲା କୋଲାବିରା ଥାନା ସମାସିଂହା ଗ୍ରାମର ହିମାଂଶୁ ବନଛୁର (୨୫) କୁ ଗିରଫ କରି ଘଟଣା ର ଖିଅ ପାଇଥିଲା। ଘଟଣା ଦିନ ଅପହରଣ ପରେ ସେମାନେ ବ୍ୟବସାୟୀ ନରେଶ ଅଗ୍ରୱାଲ କୁ ନେଇ ଜମାଦାରପାଲି ଠାରେ ଏକ ଭଡାଘରେ ଗୋଡହାତ ବାନ୍ଧି ଲୁଚାଇ ରଖିଥିଲେ ଓ ନରେଶକୁ ଛାଡ଼ିବା ପାଇଁ ୨ କୋଟି ଟଙ୍କା ଦାବି କରିଥିଲେ। ଇତିମଧ୍ୟରେ ଖବର ପାଇ ପୋଲିସ ଚାରିଆଡେ ନାକାବନ୍ଦି ସହିତ ଅପହୃତ ନରେଶକୁ ସନ୍ଧାନ କରିବା ପାଇଁ ସକ୍ରିୟ ହୋଇଥିବାରୁ ସେମାନେ ଧରାପଡ଼ିବା ଭୟରେ ତାକୁ ହୀରାକୁଦ ଏଫସିଆଇ ଗୋଦାମ ପାଖରେ ଛାଡିଦେଲେ ଓ ଏବିଷୟରେ ନରେଶ ଘରକୁ ଜଣେଇ ଦେଇଥିଲେ। ପରେ ସେଠାରୁ ନରେଶକୁ ପୋଲିସ ଉଦ୍ଧାର କରିଥିଲା। ଏହି ମାମଲାକୁ ଗମ୍ଭୀରତା ସହିତ ନେଇ ସମ୍ବଲପୁର ଜ଼ିଲ୍ଲା ପୋଲିସ ଅଧିକ୍ଷକ ଡ଼-କନୱାର ବିଶାଳ ସିଂହ ଏହାର ତଦନ୍ତ ପାଇଁ ଏଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲେ। ସେମାନେ ତଦନ୍ତକରି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସମାସିଙ୍ଘା ଗ୍ରାମ ରୁ ହିମାଂଶୁ ବନଛୋରକୁ ପ୍ରଥମେ ଗିରଫ କଲେ ଓ ତାଠାରୁ ତଥ୍ୟ ପାଇ ଅନ୍ୟମାନଙ୍କୁ ଗିରଫ କଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ଦୁଆ ଉତ୍ତରାଖଣ୍ଡ ରାଜ୍ୟ ର ଡେରାଡୁନ ଠାରେ ଲୁଚିରହିଥିବା ପୋଲିସ ସୂଚନା ପାଇଥିଲା। ସେଠାକାର ପୋଲିସ ମୁଖ୍ୟଙ୍କ ସହିତ ସମ୍ପର୍କ କରି ସେଠାରେ ତାକୁ ଗିରଫ କରାଯାଇଛି। ବର୍ତ୍ତର୍ମାନ ତାକୁ ରିମାଣ୍ଡରେ ଏଠାକୁ ଅଣାଯାଉଛି ବୋଲି ଜ଼ିଲ୍ଲା ପୋଲିସ ଅଧିକ୍ଷକ ଡ଼-କନୱାର ବିଶାଳ ସିଂହ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.