Home ଓଡ଼ିଶା ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

188

ବାଲିଗୁଡା, ୨୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ସାରଙ୍ଗଡ଼ରେ ରବିବାର ରାତିରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦) ଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣକ ଉକ୍ତ ଗ୍ରାମର ଡ଼େପୁଟି ବିଶୋୟୀ (୪୧) ଓ ସେ ମୃତକଙ୍କର ସମ୍ପର୍କୀୟ ଭାଇ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ରବିବାର ସକାଳେ ଡେପୁଟି ବିଶୋୟୀ ଓ ବ୍ରଜରାଜଙ୍କ ମଧ୍ୟରେ ବିଲରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବ୍ରଜଙ୍କୁ ହତ୍ୟା ଧମକ ଦେଇଥିଲା ଡେପୁଟି। ଯୋଜନା ମୁତାବକ ଡେପୁଟି ରବିବାର ରାତିରେ ବ୍ରଜରାଜଙ୍କୁ ପାଣି ସମସ୍ୟାରେ କଥାହେବାକୁ ନିଜ ଘରକୁ ଡାକିନେଇ ଏକ ଟାଙ୍ଗିରେ ମୁଣ୍ଡ ଓ ହାତକୁ ହାଣି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସାରଙ୍ଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.