Home ଜିଲ୍ଲା ପରିକ୍ରମା ବ୍ଲକ ଜଳ ଓ ପରିମଳ ବିଭାଗରୁ ଯନ୍ତ୍ରାଂଶ ଚୋରୀ

ବ୍ଲକ ଜଳ ଓ ପରିମଳ ବିଭାଗରୁ ଯନ୍ତ୍ରାଂଶ ଚୋରୀ

48

ବାହାନଗା,୧୮ା୧୨(ଭାରତୀ ଦାସ /ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଦଗା ବ୍ଲକ ପରିସର ଜଳ ଓ ପରିମଳ ବିଭାଗରୁ ବିଭିନ୍ନ ପ୍ରକାର ଜଳ ପରିମଳ ବିଭାଗର ଯନ୍ତ୍ରାଂଶକୁ ତାଲା କାଟି ଚୋର ଚୋରୀ କରି ଥିବାର ଜଣାପଡ଼ିଛି । ଶୁକ୍ରବାର ସକାଳେ ଖବର ପାଇ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ବିଡ଼ିଓ ପୋଲିସକୁ ଖବର ଦେଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଗୁରବାର ବିଳମ୍ବିତ ରାତିରେ ବ୍ଲକ ଜଳପରିମଳ ବିଭାଗର ଅଫିସ ସମେତ ଗୋଦମ ଘରର ୩ଟି ତାଲା କାଟି ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଚୋର ଚୋରି କରି ନେଇ ଥିବାର ଜଣାପଡ଼ିଥିଲ।। । ଖବର ପାଇ ବିଭାଗୀୟ ଯନ୍ତ୍ରୀ ମୀରାଲିନ ପାତ୍ର ଓ ବ୍ଲକ ବିଡ଼ିଓ ରଘୁନାଥ ପାଣିଗ୍ରାହୀ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ସିସିଟିଭି ଯାଞ୍ଚ କରିବା ବେଳେ ଚୋରୀ ସମୟର ଦୃଶ୍ୟ କଏଦ ହୋଇ ଥିବାର ଜଣାପଡ଼ିଛି । ତେବେ ସୋର ପୋଲିସ ସିସି ଟିଭି ଫୋଟେଜ କଏଦ ଆଧାରରେ ତନାଘନା ସହ ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.