Home କୋରାପୁଟ ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା

43

କୋରାପୁଟ ୨୦-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ନବ ନିଯୁକ୍ତ ବ୍ଲକ ଓ ନଗର କଂଗ୍ରେସ  କମିଟି ସଭାପତିମାନଙ୍କୁ  ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଜୟପୁର କଂଗ୍ରେସ ଭବନରେ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଗତ ନିର୍ବାଚନରେ କୋରାପୁଟ ବିଧାନସଭା କ୍ଷେତ୍ରରୁ  ପ୍ରାର୍ଥୀ ଥିବା କଂଗ୍ରେସନେତା କଷ୍ଣ କୁଳଦୀପ, ପିସିସି ସଦସ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗଦିଶ ଚନ୍ଦ୍ର ଖୋସ୍ଲା,କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନ୍ୟା,ଆଇଏନଟିୟୁସି ଜିଲ୍ଲା ସଭାପତି ଭଗବାନ ବାହିନୀପତି ଓ ଅନ୍ୟମାନେ ଯୋଗ ଦେଇ  ନବ ନିଯୁକ୍ତ ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ସମସ୍ତେ ଗୁରୂତ୍ୱ ଦେବେ ବୋଲି  ନବ ନିଯୁକ୍ତ ସଭାପତିମାନେ ପ୍ରତିକ୍ରିୟା ରଖିଥିଲେ । ନବନିଯୁକ୍ତ କୋରାପୁଟ ବ୍ଲକ ସଭାପତି ରମେଶ ବାଙ୍କିଆ,କୋରାପୁଟ ନଗର ସଭାପତି ଜୟନ୍ତ କୋଚିମ ,କୋଟପାଡ  ବ୍ଲକ ସଭାପତି ପ୍ରକାଶ ମହାନ୍ତି,ଜୟପୁର ନଗର ସଭାପତି ନରେନ୍ଦ୍ର ମହାନ୍ତି,ସୁନାବେଡା ନଗର ସଭାପତି ନରେନ୍ଦ୍ର ସମାରେଡ୍ଡୀ,ଲମତାପୁଟ ବ୍ଲକ ସଭାପତି କୃପା ମୁଦୁଲି,ବୈପାରିଗୁଡା ବ୍ଲକ ସଭାପତି ଗୌରଚନ୍ଦ୍ର ପାତ୍ର,କୋଟପାଡ ଏନଏସି ସଭାପତି ସିଦ୍ଧାର୍ଥ ତ୍ରିପାଠୀ,ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ,କୁନ୍ଦ୍ରା ବ୍ଲକ ସଭାପତି ନକୁଳ ପଟ୍ଟନାୟକ,ଜୟପୁର ବ୍ଲକ ସଭାପତି ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.