Home କୋରାପୁଟ କୋଟିଆ  ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

କୋଟିଆ  ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ

21

କୋରାପୁଟ  ୨୦-୦୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋଟିଆ ଗ୍ରାମପୁଞରେ କରାଯାଉଥିବା  ଉନ୍ନୟନ କାର୍ଯ୍ୟ ଗୁଡିକର ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ସମୀକ୍ଷା କରିଥିଲେ ।ଚଳିତ ମାର୍ଚ୍ଚମାସ ଶେଷ ସୁଦ୍ଧା  ରହିଯାଇଥିବା କାର୍ଯ୍ୟ ସାରିବାକୁ ସେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ବିବାଦୀୟ କୋଟିଆ ଗ୍ରାମପୁଞକୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ନିୟମିତ ପରିଦର୍ଶନ କରିବାକୁ ସେ ପରାମର୍ଶ  ଦେଇଥିଲେ ।କେଉଁ ବିାବଦୀୟ ଗ୍ରାମପୁଞକୁ  କେଉଁ ବିଭାଗ ନେବେ  ତାହା ବିଭାଗଗୁଡିକ ଚୟନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ବିବାଦୀୟ ଫଗୁଣସେନେରୀ ଓ ତାଡିବାଲସା ଗ୍ରାମଠାରେ ଆସନ୍ତା ମାସଠାରୁ ହିତାଧିକାରୀମାନଙ୍କୁ  ଚାଉଳ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହି ସମୀକ୍ଷା ବୈଠକରେ କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା , କୋରାପୁଟ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା  ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର ,ଜିଲ୍ଲା ଯୋଗାଣ ଅଧିକାରୀ ତୁଲାରାମ ନାୟକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ନାଥ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.