Home କେନ୍ଦୁଝର ବ୍ଲକ ଅଧ୍ୟକ୍ଷା ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେଲେ ସାବିତ୍ରୀ ସେଠୀ

ବ୍ଲକ ଅଧ୍ୟକ୍ଷା ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେଲେ ସାବିତ୍ରୀ ସେଠୀ

59

ହାଟଡିହି-୧୨ / ୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଞ୍ଚୋଳ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟା ସାବିତ୍ରୀ ସେଠୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଏହି ଆସନଟି ଅନୁସୁଚିତ ଜାତିର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟକେହି ନାମାଙ୍କନପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ତଥା ବିଡିଓ ବିନିତା ବିଜୟିନୀ ସାବିତ୍ରୀଙ୍କୁ ବିଜୟୀ ଘୋଷଣା କରିଥିଲେ। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବାପାଇଁ ନନ୍ଦିପଦା ପୁଲିସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଜି ସକାଳ ୧୦ଟାବେଳେ ସମସ୍ତ ନିର୍ବାଚିତ ସମିତିସଭ୍ୟସଭ୍ୟା ମାନେ ଏକ ସ୍ୱତନ୍ତ୍ର ବସ ଯୋଗେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ସଭାଗୃହରେ ଜିପିଓ ନବୀନ ନାୟକ ଙ୍କ ସଂଯୋଜନାରେ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପଦପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରୀୟା ଆରମ୍ଭ ହେବାପରେ ଇଞ୍ଚୋଳ ପଞ୍ଚାୟତର ସମିତିସଭ୍ୟା ସାବିତ୍ରୀ ସେଠୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଅନ୍ୟକେହି ନାମାଙ୍କନପତ୍ର ଦାଖଲ ନକରିବାରୁ ଶ୍ରୀମତୀ ସେଠୀ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ। ଏହି ବୈଠକରେ ୩୧ଟି ଯାକ ପଞ୍ଚାୟତର ସମିତିଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ। ବିନା ପ୍ରତିଦ୍ୱନ୍ଦିତାରେ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ହାଟଡିହି ବ୍ଳକ ଇତିହାସରେ ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି। ସାବିତ୍ରୀ ସେଠୀ ଚଳିତ ନିର୍ବାଚନରେ ଇଞ୍ଚୋଳ ପଞ୍ଚାୟତରୁ ସମିତିସଭ୍ୟା ଭାବେ ବିପୁଳ ଭୋଟରେ ବିଜୟ ହାସଲ କରି ଥିବାବେଳେ ୨୦୧୨ରୁ ୨୦୧୭ ପର୍ଯର୍୍ୟନ୍ତ ସେ ବ୍ଲକର ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ସେହିପରି ୨୦୦୭ରେ ସେ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ଶ୍ରୀମତୀ ସେଠୀ ଆଜି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ନାୟକ, ବିଜୟ କୁମାର ରାଉତ, ମାର୍କଣ୍ଡ ଚରଣ ଓଝା, ବିଶ୍ୱନାଥ ନାୟକ, ବୈଦ୍ୟନାଥ ସାମଲ, ଯୋଗେନ୍ଦ୍ର ବେହେରା, ରବିନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ରାଜେନ୍ଦ୍ର ପାତ୍ର, ଙ୍କ ସମେତ ବହୁ ବିଜେଡି ନେତା ଓ ନବ ନିର୍ବାଚିତ ସରପଞ୍ଚ ମାନେ ବ୍ଲକ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀମତୀ ସେଠୀ ବିଜୟୀ ହେବାପରେ ହାଟଡିହି ବ୍ଲକର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.