Home ଓଡ଼ିଶା ନୟାଗଡ଼ ଜିଲ୍ଳାର ୮ଟି ବ୍ଳକରୁ ୭ଟି ବ୍ଲକରେ ବିଜେଡି ଅଧ୍ୟକ୍ଷ ଗୋଟିଏରେ ବିଜେପି

ନୟାଗଡ଼ ଜିଲ୍ଳାର ୮ଟି ବ୍ଳକରୁ ୭ଟି ବ୍ଲକରେ ବିଜେଡି ଅଧ୍ୟକ୍ଷ ଗୋଟିଏରେ ବିଜେପି

34

ନୟାଗଡ଼, ୧୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାର ୮ଟି ବ୍ଳକ ମଧ୍ୟରୁ କେବଳ ରଣପୁର ବ୍ଳକକୁ ଛାଡ଼ିଦେଲେ ଆଉ ସମସ୍ତ ୭ଟି ବ୍ଳକର ଚେୟାରମ୍ୟାନ ବିଜେଡି ଖାତାକୁ ଯାଇଛି। ନୟାଗଡ଼ ବ୍ଳକରେ ଚଣ୍ଡିବସ୍ତ ସମିତିସଭ୍ୟ କିଶୋର ସାହୁ ବ୍ଳକ ଅଧ୍ୟକ୍ଷ୍ୟ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲାବେଳେ ଓଡ଼ଗାଁ ବ୍ଳକରେ ବିଜେଡିରୁ କୋରପିଠା ସମିତିସଭ୍ୟ ଲୋକନାଥ ସାହୁ, ରଣପୁର ବ୍ଳକର କନ୍ଧନୟାଗଡର ସମିତିସଭ୍ୟା ନିର୍ମଳା ବେହେରା ବିଜେପିରୁ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଦଶପଲ୍ଲା ବ୍ଳକରେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ ପୁଣିଥରେ ବାଜି ମାରିଛନ୍ତି। ନୂଆଗାଁ ବ୍ଳକରେ ବିଜେଡି ସମର୍ଥୀତ ପାରାଢିପି ପଂଚାୟତ ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା, ଭାପୁର ବ୍ଳକରେ ଧାନଚାଙ୍ଗଡ଼ା ସମିତିସଭ୍ୟା ସାବିତ୍ରୀ ପ୍ରଧାନ, ଗଣିଆ ବ୍ଳକରେ ଆଡ଼କଟା ପଂଚାୟତର ସମିତିସଭ୍ୟା ଝୁନା ଜେନା ଓ ଖଣ୍ଡପଡ଼ା ବ୍ଳକରେ ଉପମା ବେହେରା ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଳାର ୧୯୪ ପଂଚାୟତରେ ଶୁକ୍ରବାର ଠାରୁ ସରପଂଚମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୪ ପଂଚାୟତରୁ ୧୯୦ ପଂଚାୟତରେ ସରପଂଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲାବେଳେ ୪ଟି ପଂଚାୟତରେ ସରପଂଚ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.