Home ଜିଲ୍ଲା ପରିକ୍ରମା ବ୍ରାଉନ ସୁଗାର କାରବାରର ଅପରାଧିଙ୍କୁ ଗିରଫ ଦାବି କରି ଏସପିଙ୍କୁ ଦାବିପତ୍ର

ବ୍ରାଉନ ସୁଗାର କାରବାରର ଅପରାଧିଙ୍କୁ ଗିରଫ ଦାବି କରି ଏସପିଙ୍କୁ ଦାବିପତ୍ର

13

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନଜମା ବେଗମ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଅନ୍ୟ ଅପରାଧିଙ୍କୁ ତୁରନ୍ତ ଗିରଫ ସହ ପରିବାରକୁ ସୁରକ୍ଷା ଦାବିରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବ୍ରାଉନ ସୁଗାର ବେପାରୀଙ୍କ ମରଣାତ୍ମକ ଆକ୍ରମଣର ଶିକାର ହୋଇଥିବା ପୁଅ ସାଜିଦ୍ ହୁସେନ ଏବେ କଟକ ମେଡ଼ିକାଲରେ ଗୁରୁତ୍ୱର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଧାର କରଜ କରି ନଜମା ବେଗମ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଦୁଇଜଣ ଅପରାଧି ଏଯାଏଁ ଧରା ପଡ଼ିନାହାନ୍ତିଓ ବନ୍ଧୁକ ଧରି ନଜମାଙ୍କ ପରିବାରକୁ ଭୟଭିତ କରୁଛନ୍ତି। ଏଣୁ ପରିବାରର ଲୋକେ ପୋଲିସ ସୁରକ୍ଷା ପାଇର୍ ଆଜି ଏସପିଙ୍କୁ ଦାବିପତ୍ର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.