Home ଜିଲ୍ଲା ପରିକ୍ରମା ବ୍ରାଉନସୁଗାର ବେପାରକୁ ବିରୋଧ କରି ଗ୍ରାମବାସୀ ଆକ୍ରମଣର ଶୀକାର

ବ୍ରାଉନସୁଗାର ବେପାରକୁ ବିରୋଧ କରି ଗ୍ରାମବାସୀ ଆକ୍ରମଣର ଶୀକାର

28

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାଉନସୁଗାର ନିଶାରେ ଥରୁଛି ଭଦ୍ରକ ସହର । କମ୍ ବୟସର ଯୁବକମାନେ ବ୍ରାଉନ ସୁଗାର ଖାଇ ନିଶାଗ୍ରସ୍ତ ହୋଇ ବିଭିନ୍ନ ଅପରାଧ କରିବାରେ ଲାଗିଛନ୍ତି । ପୁଲିସ୍ ପକ୍ଷରୁ ବାରମ୍ବାର ଧରପଗଡ ହେଉଥିଲେ ମଧ୍ୟ ଟଙ୍କା ବଳରେ ଆଇନ୍‌ର ଗଳାବାଟ ଦେଇ ଜେଲ୍‌ରୁ ମୁକୁଳି ଯାଉଛନ୍ତି ବ୍ରାଉନସୁଗାର ବେପାରୀ । ଯେଉଁଥିପାଇଁ ଭଦ୍ରକରେ ନିଶା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ଶିକ୍ଷିତ ଯୁବକମାନେ ନୂଆ ନୂଆ ଉପାୟରେ ନିଶା କାରବାରରେ ଲିପ୍ତ ଥିବାରୁ ପୁଲିସ୍ ଏହାର ଟେର ପାଉନାହିଁ । ଯଦି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହାକୁ ପ୍ରତିବାଦ କରାଯାଉଥିଲେ ମଧ୍ୟ ଫଳସ୍ୱରୂପ ନିଶାଡୀଙ୍କ ପ୍ରତି ଆକ୍ରମଣର ଶୀକାର ହେଉଥିବା ଏକ ଘଟଣା ସାମ୍ନାକୁ ଆସିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ଚରମ୍ପା ପଂଚାୟତର ବଉଳପୋଖରୀ ଗ୍ରାମରେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବଉଳପୋଖରୀ ଗ୍ରାମର ଗଣେଶ ମଳିକଙ୍କ ପୁତ୍ର ତପନ ଓରଫ ଜଡା ଓ ଚୁଇଁ ଓରଫ ପାଗୁଳୁ ଧଳା ଜହର ବିକ୍ରି କରୁଥିଲେ । ତାଙ୍କୁ ଚରମ୍ପା ପଂଚାୟତ ସରପଞ୍ଚ ଜଳେନ୍ଦ୍ର ଶୁକ୍ଳ, ସମିତି ସଭ୍ୟଙ୍କ ପ୍ରତିନିଧି ପତନ ଦାସ, ପୂର୍ବତନ ସରପଞ୍ଚ ଖଗେଶ୍ୱର ମଳିକ, ପୂର୍ବତନ ସମିତି ସଭ୍ୟ ରମେଶ ବେହେରା, ଯୁବ ସମାଜସେବୀ ମୁକ୍ତିକାନ୍ତ ମଳିକଙ୍କ ସମେତ ବହୁ ଗ୍ରାମବାସୀ ପ୍ରତିବାଦ କରିବାରୁ ନିଶା କାରବାର କରୁଥିବା ଯୁବକମାନେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଦୌଡି ପଳାଇଯାଇଥିଲେ । ତେବେ ଘଟଣାସ୍ଥଳରେ ୩୬ ଟି ବ୍ରାଉନସୁଗାର ପ୍ୟାକେଟ ଗ୍ରାମବାସୀ ଉଦ୍ଧାର କରିବା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏନେଇ ନିଶା ବେପାର କରୁଥିବା ଯୁବକମାନଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୁଲିସ୍ ନିଶା ବେପାର କରୁଥିବା ଯୁବକମାନଙ୍କ ନାମରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.