Home ଜିଲ୍ଲା ପରିକ୍ରମା ତ୍ରିଲୋଚନ ପଣ୍ଡା ହେଲେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି

ତ୍ରିଲୋଚନ ପଣ୍ଡା ହେଲେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି

11

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ଦିନ ଓ ସମୟ ଅନୁଯାୟୀ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ ନିର୍ବାଚନ ଅଧିକାରୀ ଭାବେ ଏହି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ । ଧାମନଗର ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ମଲ୍ଲିକ ଓ ଚାନ୍ଦବାଲି ବ୍ଲକ୍ କଳାସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାଞ୍ଚ ପରେ ଦୁଇଜଣଙ୍କର ପ୍ରାର୍ଥୀପତ୍ର କାଏମ୍ ରହିବାରୁ ଭୋଟ ଗ୍ରହଣ କରାଯାଇଥିଲା । ୭ଟି ବ୍ଲକ୍‌ର ଉପସଭାପତି ମାନେ ଏହି ନିର୍ବାଚନ ପାଇଁ ଭୋଟ ଦେଇଥିଲେ । ଭୋଟ ଗଣତି ଫଳାଫଳ ଅନୁଯାୟୀ ଶ୍ରୀଯୁକ୍ତ ପଣ୍ଡା ୫ଟି ଭୋଟ ପାଇଥିଲା ବେଳେ ଶ୍ରୀଯୁକ୍ତ ମଲ୍ଲିକ ମାତ୍ର ୨ଟି ଭୋଟ ପାଇଥିଲେ । ଶ୍ରୀଯୁକ୍ତ ସିଂ, ଶ୍ରୀଯୁକ୍ତ ପଣ୍ଡାଙ୍କ୍‌ୁ ବିଜୟୀ ଘୋଷଣା କରି ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ନିର୍ବାଚନ କାର୍ଯ୍ୟରେ ଉପସ୍ଥିତ ରହି ଆନୁସଙ୍ଗିକ ସହଯୋଗ କରିବା ସହ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.