Home ଓଡ଼ିଶା ବୈତରଣୀ ଏସ୍‌କେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍

ବୈତରଣୀ ଏସ୍‌କେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍

29

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀର ଏସକେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍। ସମସ୍ୟା ନେଇ ଆଲୋଚନା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ ହେବ ଓ ଟେକ୍‌ନିକାଲ ଟିମ୍ ମଧ୍ୟ ସମାଧାନର ବାଟ ଦେଖାଇବ। ଭଦ୍ରକ ଜିଲାର ସାଂସଦ ମଂଜୁଲତା ମଣ୍ଡଳ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ବ୍ଲକ୍‌ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସହ ପୁରା ଟିମ୍ ବୈତରଣୀ ନଦୀର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ହୋଇଛି। ତେବେ ବନ୍ୟା ବେଳେ ଏସ୍‌କେପର ପାଣି ଚାଷଜମି ଓ ଜନବସତିକୁ ପ୍ରବେଶ କରିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ତେବେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏସ୍‌କେପର ଉଚ୍ଚତା ବଢାଇବା ସହ ସ୍ଥାୟୀ ପ୍ରତିକାର କରାଯିବା ନେଇ ଚେଷ୍ଟା ହେଉଛି। ରାଜ୍ୟରୁ ଏକ ଟେକ୍‌ନିକାଲ ଟିମ୍ ଖୁବଶୀଘ୍ର ଏହି ଅଂଚଳକୁ ପରିଦର୍ଶନ କରିବା ପରେ ସମସ୍ୟାକୁ ସମାଧାନ କରାଯିବ ବୋଲି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରିହଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.