Home ଓଡ଼ିଶା ବେକାରୀ ସମସ୍ୟାକୁ ନେଇ ଯୁବକଙ୍କ ପଦଯାତ୍ରା, ନିଯୁକ୍ତି ନିମନ୍ତେ ବ୍ରାହ୍ମଣୀପାଳ ଟାଟା ଷ୍ଟିଲପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର...

ବେକାରୀ ସମସ୍ୟାକୁ ନେଇ ଯୁବକଙ୍କ ପଦଯାତ୍ରା, ନିଯୁକ୍ତି ନିମନ୍ତେ ବ୍ରାହ୍ମଣୀପାଳ ଟାଟା ଷ୍ଟିଲପ୍ଲାଣ୍ଟର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

37

ହରିଚନ୍ଦନପୁର,ତା ୧୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟସ୍ଥ ଜନିଦାପାଳ ଗ୍ରାମରେ ବେକାରୀ ସମସ୍ୟାକୁ ନେଇ ଓଡ଼ିଶା ଡେଭ୍ଲମେଣ୍ଟ ଆସୋସିଏସନ୍ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ଦୀପକ କୁମାର ରାଉତ, ବାପି ମହାରଣା, ମିଲନ ମହାରଣା, କଳାକାର ମହାନ୍ତ, ସବ୍ୟସାଚୀ ମହାନ୍ତ, ସୁବ୍ରତ ସ୍ୱାଇଁ ପ୍ରମୁଖଙ୍କ ଦ୍ୱାରା ୫୦ରୁ ଉର୍ଦ୍ଧ୍ବ ଯୁବକଙ୍କୁ ନେଇ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା । ଦୈତାରୀ ଓଏମସିର ଲୁହାପଥର ଖଣି ଓ ବ୍ରାହ୍ମଣୀପାଳ ଠାରେ ଥିବା ଟାଟାଷ୍ଟିଲ ପ୍ଲାଣ୍ଟ ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ କୋଟିକୋଟି ଟଙ୍କା ଲାଭ ପାଉଥିବା ବେଳେ କର୍ତ୍ତୃପକ୍ଷ ସ୍ଥାନୀୟ ଜନସାଧାରଣଙ୍କ କଥା ବୁଝୁ ନାହାନ୍ତି । ଏଠାକାର ଆଦିବାସୀ ଶ୍ରେଣୀର ଲୋକଙ୍କ ପରିବାର ପ୍ଲାଣ୍ଟ ଓ ଖଣିର ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହେଉଥିବା ସହ ଅନେକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏଥିସହ ଏଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନେ କାମଧନ୍ଦା ନପାଇ ବେକାର ହୋଇ ଘୁରି ବୁଲୁଥିବା ସହ ଏହି ସଂସ୍ଥାମାନଙ୍କ ନିଯୁକ୍ତି ପାଇଁ ବାରମ୍ବାର ଦୈାଡି ନିରାଶ ହେଉଛନ୍ତି । ଏଅଞ୍ଚଳର ଅନେକ ଆଦିବାସୀ ଶ୍ରେଣୀର ଯୁବକ ଯୁବତୀମାନେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳେ ଅନେକ କାମଧନ୍ଦାରୁ ବଞ୍ଚିତ ହୋଇ ଘରେ ବସି ରହିଛନ୍ତି । ଉକ୍ତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବି ନେଇ ଆଜି ୫୦ରୁ ଉର୍ଦ୍ଧ୍ବ ଯୁବକ ଏକତ୍ରିତ ହୋଇ ଷ୍ଟିଲ ପ୍ଲାଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ ୩୦ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ନଚେତ୍ ଆଗାମୀ ଦିନରେ ଏଅଞ୍ଚଳର ସମସ୍ତ ବେକାରୀ ଶିକ୍ଷିତ ଯୁବକ ଯୁବତୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନର ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.