Home ଜିଲ୍ଲା ପରିକ୍ରମା ଗୋପାଳପୁର ବଜାର ରେ ଥିବା ଏସବିଆଇ ଏଟିଏମ ତାଡ଼ିଲେ ଦୁର୍ବୁତ୍ତ

ଗୋପାଳପୁର ବଜାର ରେ ଥିବା ଏସବିଆଇ ଏଟିଏମ ତାଡ଼ିଲେ ଦୁର୍ବୁତ୍ତ

96

ବାହାନଗା,୧୫ା୧୨( ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାର ହସପିଟାଲ ରୋଡ଼ରେ ଥିବା ଏସବିଆଇ ଏଟିଏମ ତାଡ଼ି ଦେଲେ ଦୁର୍ବୁତ୍ତ । ସୂଚନା ଅନୁସାରେ ସୋମବାର ଦିନ ରାତିରେ ଦୁର୍ବୁତ୍ତ ମାନେ ଗୋପାଳପୁର ବଜାର ମଝିରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମକୁ ତାଡ଼ି ଦେଇ ଛନ୍ତି । ଏଟିଏମ ପାର୍ଟିସନ କୁ ତାଡ଼ି ଭିତରକୁ ପଶି ପଛପଟୁ ଏଟିଏମ ବକ୍ସକୁ ତାଡ଼ି ଦେଇଛନ୍ତି । ଏଟିଏମର ଲାଇଟ ଖୋଲା ହୋଇ ସେଠାରେ ରଖିବା ସହ ସାଇରନକୁ ଡିସକନେକ୍ସନ କରିଛନ୍ତି । ସଟର ପାଖରେ ଲାଗିଥିବା ସିସି କ୍ୟାମେରାକୁ ତଳ ମୁହାଁ କରିଥିବାର ଦେଖା ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ କୌଣସି ଏଟିଏମ ଉପରିସ୍ଥ ଅଫିସର ପହଞ୍ଚି ନଥିବାର ଜଣାପଡ଼ିଛି । ତେବେ ଟଙ୍କା ଯାଇଛିକି ନାହିଁ ଅଧିକାରୀ ମାନେ ଆସି ଯାଞ୍ଚ କରିଲେ ଜଣାପଡ଼ିବ । ତେବେ ବଜାର ମଝିରେ ଆଗପଟରୁ ଏଟିଏମ ତାଡ଼ିବା ଭଳି ସମସ୍ୟା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.