Home କେନ୍ଦୁଝର ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

105

ହାଟଡିହି- ୧୯/୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ନିରାକାର ସାହୁଙ୍କ ପୁଅ ରୁଦ୍ର ପ୍ରସାଦ ସାହୁ(୨୩)। ସେ ବାହାର ରାଜ୍ୟରେ ରହି କାମଦାମ କରୁଥିବାବେଳେ ମାସେ ହେଲା ଘରକୁ ଆସିଥିଲା। ଗତକାଲି ରାତିରେ ପରିବାର ଲୋକେ ଖାଇପିଇ ଶୋଇଯିବା ପରେ ରୁଦ୍ର ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା। ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ନନ୍ଦିପଦା ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଏକ ଅପମତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡି ନଥିବାବେଳେ ପାରିବାରିକ କଳହକୁ ନେଇ ରୁଦ୍ର ଆତ୍ମହତ୍ୟା କରିଥବବା ନେଇ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.