Home ଜିଲ୍ଲା ପରିକ୍ରମା ବେକରେ ଗାମୁଛା ଲଗେଇ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ବେକରେ ଗାମୁଛା ଲଗେଇ ଝୁଲନ୍ତା ଶବ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

122

ବଲାଙ୍ଗୀର, ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ା ଗ୍ରାମର ବଳଦେବ ରଣା (୫୨) ଗାଁ ମୁଣ୍ଡ ବରଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ବଳଦେବଙ୍କ ସ୍ତ୍ରୀ ବନିତା ରଣା ଟିକ୍ରାପଡ଼ା ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇଥିଲା। ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମାମଲା ରୁଜୁ ହେବାପରେ ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପ୍ରକାଶ ଥାଉକି, ବଳଦେବଙ୍କ ୨୦ ଓ ୨୨ ବର୍ଷର ଦୁଇ ଝିଅଙ୍କ ବାହାଘର ସରିଥିବାବେଳେ ଆଉ ଦୁଇ ପୁଅ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.