Home ଓଡ଼ିଶା ଓ.ପି. ଜିନ୍ଦଲଙ୍କ ୯୦ତମ ଜନ୍ମ ଦିବସ ପାଳିତ

ଓ.ପି. ଜିନ୍ଦଲଙ୍କ ୯୦ତମ ଜନ୍ମ ଦିବସ ପାଳିତ

138

ଯୋଡା, ୦୭/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ୍‌), ବଡବିଲ ପକ୍ଷରୁ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତ ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୦ତମ ଜନ୍ମ ଦିବସ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଠା ଦିବସ ରୂପେ ଜିନ୍ଦଲ ଗ୍ରୁପ ପାଳନ କରୁଥିବା ବେଳେ ବଡବିଲ ପ୍ଲାଣ୍ଟ ଏବଂ ଜିନ୍ଦଲ ସ୍କୁଲରେ ଏହା ପାଳିତ ହୋଇଯାଇଛି । ଏହି ପରିପେକ୍ଷୀରେ ପରିସର ମଧ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ଲାଣ୍ଟ ପରିସରରେ ୟୁନିଟ ମୁଖ୍ୟ ସୁରେଶା ଜୀଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତ ଜିନ୍ଦଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ସୁରେଶା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜଣେ ସଫଳ ଉଦ୍ୟୋଗୀ ଏବଂ ପଥ ପ୍ରଦର୍ଶକ ଭାବେ ଓ.ପି. ଜିନ୍ଦଲ ସବୁ ଦିନ ସ୍ମରଣୀୟ ହୋଇରହିବେ । ତାଙ୍କରି କର୍ତବ୍ୟନିଷ୍ଟ, ଉତ୍ସର୍ଗୀକୃତ ଜୀବନ ଜିନ୍ଦଲ କମ୍ପାନୀକୁ ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନୀତ କରିପାରିଛି । ତାଙ୍କରି ପଦାଙ୍କ ଅନୁସରଣ କରିବାକୁ ସମସ୍ତଙ୍କୁ ଉଦ୍‌ବୋଧନ ଦେଇଥିଲେ ।ଏହା ପୂର୍ବରୁ ପୂର୍ବାହ୍ନରେ ପ୍ଲାଣ୍ଟ ପରିସରରେ ଥିବା ଶ୍ରମିକ ବିହାରରେ ହୋମ ଓ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ୩ଶହରୁ ଉର୍ଦ୍ଧ କର୍ମଚାରୀ ଓ ଶ୍ରମିକ ଯୋଗଦେଇ ସ୍ୱର୍ଗତ ଜିନ୍ଦଲଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜିନ୍ଦଲ ସ୍କୁଲ ଛାତ୍ର-ଛାତ୍ରୀମାନେ ଏକ ଅଭିନବ ଢଙ୍ଗରେ ଏହି ଦିନଟିକୁ ପାଳନ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ ସହ ବାବୁଜୀଙ୍କ ଉଦ୍ଦେଶ୍ୟରେ ଆତ୍ମଲିଖିତ କବିତା ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ଦ୍ୱାରା ପରିବେଷଣ କରିଥିଲେ । ଯାହାକି ଖୁବ୍ ହୃଦୟସ୍ପର୍ଶୀ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିଲେଟ ପ୍ଲାଣ୍ଟର ବିଣିଜ୍ୟ ବିଭାଗ ମୁଖ୍ୟ ଶୁଶିଲ ଅଗ୍ରୱାଲ, ମାନବ ସମ୍ବଳ ମୁଖ୍ୟ ସରତ କୁମାର ପଣ୍ଡା, ସିଏସ୍‌ଆର ମୁଖ୍ୟ ଭର୍ଜିଲ ଲାକ୍ରା ଏବଂ ଜିନ୍ଦଲ ସ୍କୁଲ ଅଧ୍ୟକ୍ଷା ସଙ୍ଗୀତାରାଣୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.