Home ଜିଲ୍ଲା ପରିକ୍ରମା ଜିଲ୍ଲା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କର ବିଭିନ୍ନ ଜେଲ୍ ପରିଦର୍ଶନ

ଜିଲ୍ଲା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କର ବିଭିନ୍ନ ଜେଲ୍ ପରିଦର୍ଶନ

87

ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ କୋରନା ମହାମାରୀ ସମଗ୍ର ରାଜ୍ୟରେ ତାର କାୟା ବିସ୍ତାର କରିବା ସହ ବିଭିନ୍ନ ଜେଲ୍ ରେ ମଧ୍ୟ ବନ୍ଧି ଓ ଅନ୍ତେବାସୀମାନେ ସଂକ୍ରମିତ ହେଉଛନ୍ତି। ଏହି ପରିପେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଜିଲ୍ଲା ଏବଂ ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଦ୍ୟୁତ୍ କୁମାର ମିଶ୍ର। ଉଭୟ ପୁରୀ ଜିଲ୍ଲା ଜେଲ୍ ଏବଂ ନିମାପଡା ସବ୍‌ଜେଲ୍ ପରିଦର୍ଶନ କରିଥିଲେ।ଏହି ସମୟରେ ସିଭିଲ୍ କୋର୍ଟ ରେଜିଷ୍ଟର ଶ୍ରୀ ଅରୂପ କୁମାର ପଟ୍ଟନାୟକ, ଏସ୍ ପି ଅଖିଳେଶ୍ୱର ସିଂ, ଏଡିଏମ୍ ସୁବାଷ ନାଥଶର୍ମା, ୨ ଜେଲ୍ ର ଅଧ୍ୟକ୍ଷକ ଏବଂ ଜେଲ୍ ର ଚିକିତ୍ସକ ମାନେ ଉପସ୍ଥିତ ଥିଲେ। ଏହି ସମୟରେ ଜେଲ୍‌ରେ ଥିବା କୋଭିଡ୍ ଆଇସୋଲେସନ୍ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ।ଏହା ସହିତ ବିଭିନ୍ନ ଅନ୍ତେବାସୀ ଏବଂ ବନ୍ଦୀମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ବନ୍ଦୀମାନଙ୍କୁ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସଚେତନତା ଯେପରିକି ସାମାଜିକ ଦୂରତା ଅବଲମ୍ବନ କରିବା ମାସ୍କ ପରିଧାନ କରିବା ଏବଂ ହାତକୁ ବାରମ୍ବାର ଧୋଇବା ବିଷୟରେ ଅବଗତ କରାଇଥିଲେ। ବନ୍ଦୀମାନେ ଆଇନ୍‌ସେବା ପ୍ରାଧୀକରଣ ଅଧିନିୟମ ୧୯୮୭ ଅନୁଯାୟୀ ମାଗଣା ଆଇନ୍‌ସେବା ପାଇବା ପାଇଁ ଯୋଗ୍ୟ। ସେଥିପାଇଁ ବିଶେଷ କରି ଏହି ୨ଟି କାରାଗାରରେ ଲିଗାଲ୍‌ ଏଡ୍ କ୍ଲିନିକ୍ କାର୍ଯ୍ୟ କରୁଛି ଏବଂ ବନ୍ଦୀମାନଙ୍କୁ ବିଭିନ୍ନ ଆଇନ୍ ସହାୟତା ଯୋଗାଇ ଦେବା କଥା ଆଇନ୍ ସେବା ପ୍ରାଧୀକରଣ ସଚ୍ଚିବ। ଶ୍ରୀ ଅମରେଶ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.