Home ଅପରାଧ ବେଆଇନ ମୋରମ ଚେରା ଚାଲାଣ ବେଳେ ବନ ବିଭାଗର ଚଢାଉ, ୭ ହାଇୱା,୧ ପ୍ରେକାଲିନ ଜବତ

ବେଆଇନ ମୋରମ ଚେରା ଚାଲାଣ ବେଳେ ବନ ବିଭାଗର ଚଢାଉ, ୭ ହାଇୱା,୧ ପ୍ରେକାଲିନ ଜବତ

73

ଭୁବନେଶ୍ୱର/ଯାଜପୁର୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ପଚ୍ଛିକୋଟ ବନବିଭାଗ ପାଟରଙ୍ଗା ପଂଚାୟତ ଗୋହିରାଗଡିଆ ମୌଜା ଜଙ୍ଗଲ ଜମିରୁ ଯାଜପୁରରୋଡ ବନବିଭାଗ ପକ୍ଷରୁ ଯାଜପୁରରୋଡ ରେଂଜର ଦେବେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରିଛି । ବେଆଇନଭାବେ ମୋରମ ଚୋରା ଚାଲାଣ ହେଉଥିବା ସୂଚନା ପାଇ ବନ ବିଭାଗ ଚଢାଉ ସମୟରେ ୫ଟି ମୋରମ ଲୋଡ ହାଇୱା ଓ ଲୋଡ ଅପେକ୍ଷାରେ ଥିବା ୨ଟି ଖାଲି ହାଇୱା ସମେତ ମୋରମ ଖୋଳାରେ ବ୍ୟବହୃତ ୨୨୦ ପ୍ରୋକଲିନକୁ ମଧ୍ୟ ଜବତ କରିଛି । ଚଢାଉ ସମୟରେ ବନବିଭାଗକୁ ଦେଖି ଡ୍ରାଇଭରମାନେ ଘଟଣାସ୍ଥଳୁ ଚମ୍ପଟ ମାରିଛନ୍ତି । ଜବତ ହାଇୱା ଗୁଡିକ (ଓଡି ୦୪ଏମ ୬୮୩୫, ଓଡି୦୪ଏମ ୬୮୫୫, ଓଡି୦୪ଏମ ୬୮୭୫, ଓଡି୦୪ଏମ ୬୮୮୫, ଓଡି୦୯ଏନ ୨୯୮୫, ଓଡି୦୯ଏନ୨୯୮୪) ଓ ଏକ ୨୨୦ ପୋକଲିନ । ହେଲେ ଡ୍ରାଇଭର ଫେରାର ଥିବାରୁ ରଗଡି ବିଟ ହାଉସର ଫରେଷ୍ଟର ବେଣୁଧର ବେହେରାଙ୍କ ନେତୃତ୍ୱରେ ବନ ବିଭାଗ ଗାଡି ଗୁଡିକୁ ଜଗି ରହିଛି । ଏହି ମାମଲାରେ ସେଠାରେ ଥିବା ୨ଜଣଙ୍କୁ ବନବିଭାଗ ଧରି ନେଇ ମାମଲାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ କେତେ ଦିନ ହେଲା କିଏ ଓ କାହା ନିର୍ଦ୍ଦେଶରେ ମୋରମ ଚୋର ଚାଲାଣ କରୁଥିଲା ତାହା ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.