Home ଜିଲ୍ଲା ପରିକ୍ରମା ବେଆଇନ ମଦ ପରିବହନ ଭିଡିଓ ଭାଇରାଲ

ବେଆଇନ ମଦ ପରିବହନ ଭିଡିଓ ଭାଇରାଲ

21

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ବେଆଇନ ମଦ କାରବାର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି। ବିଭିନ୍ନ ରାସ୍ତାରେ ଚୋରା ମଦ ଆସି ବିକ୍ରୟ ହେଉଛି। ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ନିକଟ ଗଳିପୋଲ ତଳେ ଏକ ମୋଟରସାଇକେଲରେ ଚୋରା ମଦ ପରିବହନ କରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି କାର୍ଯ୍ୟରେ ପୁଲିସ ଓ ଅବକାରୀ ବିଭାଗ ବଟି ନେଇ ସହାୟତା କରୁଥିବା କଥା ପରିବହନକାରୀମାନେ ଭିଡିଓରେ ଆକ୍ଷେପ କରୁଥିବା ଜଣାଯାଇଛି। ଭିଡିଓ ଉତ୍ତୋଳନକାରୀଙ୍କୁ ମ୍ମ ପରିବହନକାରୀମାନେ ଧମକ ଦେଉଥିବା ଭିଡିଓରେ ରେକର୍ଡ ହୋଇଛି। ତେବେ ଭିଡିଓ ଉତ୍ତୋଳନକାରୀ ସାହସିକ ଭାବେ ଘଟଣାକୁ ନଜରକୁ ଆଣିଥିବାରୁ ସାଧାରଣରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ସୁରକ୍ଷା ଦେବା ଓ ଚୋରା ମଦ ପରିବହନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.