Home ଜିଲ୍ଲା ପରିକ୍ରମା ବେଆଇନ ବିଦେଶୀ ମଦ ବିକ୍ରୀ କରିବା ଅଭିଯୋଗରେ ଜଣେ ଯୁବକ ଗରିଫ: ୩୬ ଲିଟର ବିଦେଶୀ...

ବେଆଇନ ବିଦେଶୀ ମଦ ବିକ୍ରୀ କରିବା ଅଭିଯୋଗରେ ଜଣେ ଯୁବକ ଗରିଫ: ୩୬ ଲିଟର ବିଦେଶୀ ମଦ ଜବତ

484

ମାଲକାନଗିରି, ୫ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ଚିତ୍ରକୋଣ୍ଡା ଅଞ୍ଚଳରେ ବେଆଇଆଇନ ବିଦେଶି ମଦ ବିକ୍ରୀକରିବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରି ତା ଠାରୁ ୩୬ଲିଟର ବିଦେଶି ମଦ ଜବତ କରିଛନ୍ତି। ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏଏସଆଇ ନିତାଇପଦ ସରକାର, ନିଗମ ଚନ୍ଦ୍ର ପ୍ରଧାନ, ସୁବ୍ରତ କୁମାରଦାସ, ହାବିଲଦାର କାର୍ତିକେଶ୍ୱର ଖଣ୍ଡାଇ ଶନିବାର ଦିନ ସନ୍ଧ୍ୟାରେ ଚାତ୍ରକୋଣ୍ଡା ସିଲେରୁ ଗଜିଆଗୁଡା ମୁଖ୍ୟରାସ୍ତାରେ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତା ଦେଇ ଜଣେ ଯୁବକ ଦୃତଗତିରେ ବାଇକ ଚଳାଇ ଆସୁଥିବାର ଦେଖିବାକୁ ପାଇଥିଲେ। ତାକୁ ଅଟକାଇବାରୁ ସେ ନ ଅଟକି କିଛି ଦୁରକୁ ପଳାଇଥିଲା ତାକୁ ଗୋଡାଇ ପୁଲିସ ଧରିଥିଲେ। ବାଇକ ଡିକି ଯାଞ୍ଚ କରିବାରୁ ସେଥିରେ ବିଦେଶି ମଦ ବୋତଲ ରହିଥିବାର ଦେଖିବାକୁ ପାଇଥିଲେ . ବିୟର ୪୫ ବଟଲ, ହ୍ୱିସ୍କି ଓ ରମ ୧୩ ବଟଲ ଥିଲା। ଏହି ଯୁବକ ଆନ୍ଧ୍ର ପ୍ରଦେଶ ସିଲେରୁ ଠାରୁ ମଦଗୁଡିକୁ କ୍ରୟକରି ଆଣି ଚିତ୍ରକୋଣ୍ଡା ବଜାରରେ ଚଢାଦରରେ ବିକ୍ରି କରୁଥିଲା। ଏ ସଂପର୍କରେ ଚିତ୍ରକୋଣ୍ଡା ଥାନା କେସ ନମ୍ବର ୬୪ ରେ ମକୋଦମା ରୁଜୁକରା ଯାଇ୫୨ (ଏ) ଓଡିଶା ଅବକାରୀ ଆଇନ ଦଫା ଅନୁସାରେ ଚିତ୍ରକୋଣ୍ଡା ବଜାର ସାହିର କିରନ ବାଘ(୧୯) ନାମକ ଯୁବକୁ ଗିରଫ କରାଯାଇଛି। ଏହି ଘଟଣାରେ ମଟର ସାଇକେଲ ସହିତ ୩୬ଲିଟର ବିଦେଶୀ ମଦ ଜବତ କରାଯାଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.