Home ଜିଲ୍ଲା ପରିକ୍ରମା ବେଆଇନ ବାଲିଗାଡି ଜବତ, ଜରିମାନା ଆଦାୟ

ବେଆଇନ ବାଲିଗାଡି ଜବତ, ଜରିମାନା ଆଦାୟ

37

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଓ ଅତିରିକ୍ତ ତହସିଲଦାର ସତ୍ୟ ଧଳ ଆଜି ୩ଟି ବେଆଇନ ବାଲି ପରିବହନକାରୀ ଯାନକୁ ଜବତ କରିବା ସହ ୭୫,୪୩୫ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି । ୧୬ ନଂ ଜାତୀୟ ରାଜପଥର ତହସିଲ ସମ୍ମୁଖରୁ ଓଡି ୨୨ ଜେ ୪୨୬୬ ନଂ ହାଇୱା ଓ ବସ୍‌ଷ୍ଟାଣ୍ଡ ନିକଟରୁ ଓଡି ୨୨ଏସ ୯୮୮୧ ହାଇୱା ଜବତ କରିଥିଲେ । ସେହିପରି ଛତାବର-ବଳିଘାଇ ରାସ୍ତାର ପର୍ବତୀ ଛକ ନିକଟରୁ ଏକ ବାଲିବୋଝେଇ ଟାକ୍ଟର ଜବତ କରିଥିଲେ । ଜରିମାନା ଆଦାୟ ପରେ ଯାନଗୁଡିକୁ ଛାଡି ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.