Home ଓଡ଼ିଶା ବେଆଇନ ବାଣ କାରଖାନା ଉପରେ ଚଢାଉ

ବେଆଇନ ବାଣ କାରଖାନା ଉପରେ ଚଢାଉ

177

କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଆଗକୁ ଆସୁଛି ଆଲୋକର‌ ପର୍ବ ଦୀପାବଳୀ । ହେଲେ ଏହା ପୂର୍ବରୁ ତତ୍ପର ହୋଇଛି ପୋଲିସ । ବେଆଇନ ଭାବେ ହେଉଥିବା ବାଣ କାରବାର ଉପରେ ପୋଲିସ ଚଢାଉ କରିଛି । ସୂଚନା ଅନୁସାରେ,  ଜଗତପୁର ଥାନା ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରବାର ଉପରେ ଅଚାନକ ପୋଲିସର ଚଢାଉ କରିଛି। ଚଢ଼ାଉ ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ବାଣ ସହ ବାରୁଦ ଓ ଲୁହା ଗୁଣ୍ଡା ଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ୧୨ ଜଣ ବାଣ ବେପାରୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.