କଟକ,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ହେଲେ ଏହା ପୂର୍ବରୁ ତତ୍ପର ହୋଇଛି ପୋଲିସ । ବେଆଇନ ଭାବେ ହେଉଥିବା ବାଣ କାରବାର ଉପରେ ପୋଲିସ ଚଢାଉ କରିଛି । ସୂଚନା ଅନୁସାରେ, ଜଗତପୁର ଥାନା ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରବାର ଉପରେ ଅଚାନକ ପୋଲିସର ଚଢାଉ କରିଛି। ଚଢ଼ାଉ ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ବାଣ ସହ ବାରୁଦ ଓ ଲୁହା ଗୁଣ୍ଡା ଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ୧୨ ଜଣ ବାଣ ବେପାରୀଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରିଛି ।