Home ଜିଲ୍ଲା ପରିକ୍ରମା ବେଆଇନ କଫସିରଫ ସହ ତିନି ଯୁବକ ଗିରଫ

ବେଆଇନ କଫସିରଫ ସହ ତିନି ଯୁବକ ଗିରଫ

66

ବଲାଙ୍ଗୀର, ୧୭-୧୨ (ଓଡ଼ିଆ ପୁଅ): ପୁଣି କଫ୍‌ସିରପ୍‌ମାଫିଆ ବଲାଙ୍ଗିର ଟାଉନ୍‌ପୋଲିସ ହାତରେ ଧରାପଡ଼ିଛନ୍ତି । ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ କାଲି ରାତି ୮ଟା ୩୫ମି. ସମୟରେ ସ୍ଥାନୀୟ ବରପାଲିପଡ଼ାରୁ ୨୦୪ ବୋତଲ କଫ୍‌ସିରପ୍‌ସହ ହୋଣ୍ଡା ଏକ୍‌ଟିଭା ବାଇକ୍‌(ନଂ.ଓଡ଼ି ୦୩ ଏସ୍‌୦୫୯୬), ୩ ଲିଟର ଲୁଜ୍‌କଫ୍‌ସିରପ୍‌ରହିଥିବା ଏକ ଜାର୍‌ସହ ନଗଦ ୬ ହଜାର ୬୨୫ ଟଙ୍କା ଟାଉନ୍‌ପୋଲିସ୍‌ଜବତ କରିବା ସହ ବିଭୂତିପଡ଼ାର ସୁରଜ ମେହେର ଏବଂ ରାଜା ମେହେର ଓ ଇନ୍ଦିରାନଗର ର ସରୋଜ ବିଶିକୁ ଗିରଫ୍‌କରିଛି । ତେବେ ଗତକାଲି ବଲାଙ୍ଗିର ପୋଲିସ କଫ୍‌ସିରପ୍‌ଚୋରା ଚାଲାଣ ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏବେ ପୁଣି ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରହିଛି। ପୋଲିସର ଏଭଳି ତନାଘନା ପଦକ୍ଷେପ ଯୋଗୁଁ କଫ୍‌ସିରପ୍‌ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ଚର୍ଚ୍ଚା ସହରର ଜୋର୍‌ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.