Home ଓଡ଼ିଶା ବେଆଇନ୍ ମୋରମ୍ ଚାଲାଣ ବେଳେ ଜେସିବି ଟ୍ରାକ୍ଟର ଜବତ ,୨ ଗିରଫ

ବେଆଇନ୍ ମୋରମ୍ ଚାଲାଣ ବେଳେ ଜେସିବି ଟ୍ରାକ୍ଟର ଜବତ ,୨ ଗିରଫ

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୧- ରାଜ୍ୟ ରେ ଚୋରା ମୋରମ୍ , ବାଲି ଓ ମାଟି ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ର ନିର୍ଦେଶ ରେ ସମସ୍ତ ଥାନା ଓ ତହସିଲ କର୍ମଚାରୀ ଚୋରା ଚାଲାଣ ଉପରେ ନଜର ରଖିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ସଦଳ ବଳେ ଚାନ୍ଦପୁର ନିକଟ ରାଣୀ ଗାଡିଆ ଗ୍ରାମ୍ୟ ଜଙ୍ଗଲ ଉପରେ ଚଢାଉ କରିଥିଲେ ।

ଚଢାଉ ସମୟରେ ଚୋରା ମୋରମ ଚାଲାଣ ରେ ବ୍ୟବହୃତ  ଜେସିବି ଓ ଟ୍ରାକ୍ଟର କୁ ଜବତ କରିଥିଲେ । ୨ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ବାରଙ୍ଗଗାଡିଆ ଗ୍ରାମର ଦୀପକ ପରିଡା , ନୂଆପଡା ଗ୍ରାମ ର ପ୍ରଦିପ ପାଟଷାଣୀ ଓରଫ୍ ଗାନ୍ଧୀ ।  ଅଭିଯୁକ୍ତ ମାନଙ୍କୁ  କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବା ରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.