Home ଜିଲ୍ଲା ପରିକ୍ରମା ବେଆଇନ୍ ବାଲିଚାଲାଣ, ଦୁଇଟି ବଡ଼ ବାଲିଟ୍ରକ ଜବତ

ବେଆଇନ୍ ବାଲିଚାଲାଣ, ଦୁଇଟି ବଡ଼ ବାଲିଟ୍ରକ ଜବତ

27

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ବିଭିନ୍ନ ସ୍ଥାନରେ ବାଲିମାଫିଆ ମାନେ ଚୋରାବାଲି ବେପାର କରି ମାଲେ ମାଲ ହେଉଥିବାବେଳେ ସରକାରଙ୍କୁ ରାଜସ୍ୱ ଫାଙ୍କି ଏହି ବାଲି ଦଲାଲ ମାନେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଏ ଦିଗରେ ଧାମନଗର ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି କରିଛନ୍ତି । ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛନ୍ତି । ଦୁଇଟି ବାଲିବୋଝେଇ ଟ୍ରକ ବେଆଇନ୍ ଭାବରେ ବାହାର ଅଂଚଳକୁ ଯାଉଥିବାବେଳେ ତହସିଲଦାର ଶ୍ରୀ ପଣ୍ଡା ଉକ୍ତ ବାଲି ଟ୍ରକକୁ ଜବତ କରିବା ସହିତ ତାଙ୍କ ଠାରୁ ୩୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.