Home କୋରାପୁଟ ବୃଷ୍ଟିପୃଷ୍ଠ ଅଂଚଳରେ ଉନ୍ନତିକରଣ ନିମନ୍ତେ ହରମାଣ୍ଡିଙ୍ଗରେ ଗ୍ରାମସଭା

ବୃଷ୍ଟିପୃଷ୍ଠ ଅଂଚଳରେ ଉନ୍ନତିକରଣ ନିମନ୍ତେ ହରମାଣ୍ଡିଙ୍ଗରେ ଗ୍ରାମସଭା

60

କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞର ହରମାଣ୍ଡିଙ୍ଗ ଗ୍ରାମର ବିକାଶ ନିମନ୍ତେ ଜଳବିଭାଜିକା ତରଫରୁ ବୃଷ୍ଟିପୃଷ୍ଟ ଅଂଚଳରେ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ କରାଯିବ ।ଏଥି ନିମନ୍ତେ ଉକ୍ତ ଗ୍ରାମରେ ଆଜି ଏକ ଗ୍ରାମସଭା ଆୟୋଜନ କରାଯାଇଥିଲା ।ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ୍େ‌ାଜନା ସଂପର୍କରେ ଆଲୋକପାତ କରିଥିଲେ ।ଜଳବିଭାଜିକା ବିଭାଗ ତରଫରୁ ଡୋଲିଆମ୍ବ ଗ୍ରାମରେ  ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି ।ଉକ୍ତ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ସ୍ଥାନୀୟ ଭାଷାରେ କାର୍ଯ୍ୟକ୍ରମ ସଂପର୍କରେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମରେ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ,ଏସଇଓ ବି.ପାର୍ତ ସାରଥି,ପିଏ ମଞୁଲତା ପଟନାୟକ. ସମାଜସେବୀ ରଣଜିତ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ସହ ଅଧିକାରୀମାନେ ଡୋଲିଆମ୍ବ ଗ୍ରାମକୁ ଯାଇଥିଲେ ।ସେଠାରେ କରାଯାଇଥିବା ନୂତନ ନିର୍ମିତ ଦୋକାନ ଗୃହ ଓ ଛୋଟ ଦୋକାନ ପରିଦର୍ଶନ କରିଥିଲେ ।ପୂର୍ବତନ ବିଧାୟକ ଓ ପ୍ରକଳ୍ପ ନିର୍ଦ୍ଦେଶକ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଝାଡୁ ଓ ବ୍ୟାଗ କ୍ରୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.