Home କୋରାପୁଟ କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ତରଫରୁ ସ୍ମାରକପତ୍ର ପ୍ରଦାନ

କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ତରଫରୁ ସ୍ମାରକପତ୍ର ପ୍ରଦାନ

63

କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦ୍ଦେଶିକା ଡା. ଅନ୍ନପୂର୍ଣ୍ଣା ମିଶ୍ର,ଅତିରିକ୍ତ ନିର୍ଦ୍ଦେଶକ ଡା. ସି.ବି.ଏନ.ରାଓ ଓ ସହକାରୀ ନଜିର୍ଦ୍ଦେଶକ  ସ୍ୱରୂପ କୁମାର ଦାସ କୋରାପୁଟ ଗସ୍ତ ସମୟରେ କୋରାପୁଟ ଜିଲ୍ଲା ରକ୍ତଦାତା  ଓ ପ୍ରବର୍ତକ ଫୋରମ ତରଫରୁ ଏକ ସ୍ମାରପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ରକ୍ତଭଣ୍ଡାର ଅଧିକାରୀଙ୍କୁ  ଯୋଗୁଁ ଜିଲ୍ଲାରେ ରକ୍ତର ଅଭାବ ଦେଖାଯାଉଥିବା ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣାପଡିଛି ।ମହାମାରୀ ସମୟରେ ଗୋଟିଏ ମାସରେ ରେକର୍ଡ ସଂଖ୍ୟକ ୧୦୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସତ୍ୱେ ଫୋରମକୁ ଅସହଯୋଗ କରାଯାଉଥିବା ମଧ୍ୟ ଅଭିଯୋଗ କରାଯାଇଥିଲା ।ଅଭିଯୋଗ ଗୁଡିକର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶିକା ଫୋରମ ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି ।ଫୋରମର ସଭାପତି ଜି.ସଂଜିବ କୁମାର ,ଡ. ଉମା ଶଙ୍କର ପ୍ରସାଦ ପାତ୍ର , ଶେଖ ଇବ୍ରାହିମ, ରାଜେଶ ଯାଦବ,ଚନ୍ଦ୍ରଶେଖର ରଥ ଓ ଚିନ୍ତାମଣି ପୃଷ୍ଟି ପ୍ରମୁଖ ପ୍ରତିନିଧି ଆଲୋଚନା ସମୟରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.