Home କେନ୍ଦୁଝର ବୃଦ୍ଧ, ବୃଦ୍ଧା ବିଧବାଙ୍କୁ ମିଳୁନି ଭତ୍ତା, ସମାଜିକ ସୁରକ୍ଷା ଯୋଜନା କାହାପାଇଁ

ବୃଦ୍ଧ, ବୃଦ୍ଧା ବିଧବାଙ୍କୁ ମିଳୁନି ଭତ୍ତା, ସମାଜିକ ସୁରକ୍ଷା ଯୋଜନା କାହାପାଇଁ

62

ହାଟଡିହି-୨୫ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବୃଦ୍ଧ, ବୃଦ୍ଧା, ବିଦ୍ଧବା ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମେିଲ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁକରିଛନ୍ତି। ୬୦ବର୍ଷରୁ ଉର୍ଦ୍ଧ ଗରିବ ବୃଦ୍ଧ, ବୃଦ୍ଧା, ନିରାଶ୍ରୟ ମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ ରଖିଥିବାବେଳେ ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ବ୍ୟକ୍ତି ଭତ୍ତା ହାତେଇ ପାରିଥିବାବେଳେ ଅନେକ ଗରିବ ଗୁରୁବା ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବୟସର ଅପରାହ୍ନରେ ପାଦ ଥାପିଥିଲେବି ତାଙ୍କୁ ଭତ୍ତା ଦିଆଯାଉ ନାହିଁ। ପଢ଼ିଆରିପଲ୍ଲୀ ପଞ୍ଚାୟତ ବଣିଆପଙ୍କ ଓ ଯଡାବାଙ୍କ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା। ଏପରିକି ଭତ୍ତା ପାଉନଥିବା କିଛି ହିତାଧିକାରୀ ରାସନ ସାମଗ୍ରୀ ମଧ୍ୟ ପାଇପାରୁ ନାହାନ୍ତି। ଗ୍ରାମର କନ୍ଦା ମଢ଼େଇଙ୍କ ସ୍ତ୍ରୀ ଗୌରୀ ମଢ଼େଇ (୮୦) ବର୍ଷରେ ପାଦଥାପି ଥବବାବେଳେ ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ପାଇପାରି ନାହାନ୍ତି। ସେ ଏନେଇ ବାରମ୍ବାର ଆବେଦନ କରିôତଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନଥିବା କହିିଛନ୍ତି। ସେହିପରି ସ୍ୱର୍ଗତ ପାଣ ୁକପୁଣ୍ଡିଆଙ୍କ ସ୍ତ୍ରୀ ବୁଲି କପୁଣ୍ଡିଆ(୮୫) ୪୦ବର୍ଷ ହେଲା ବିଧବା ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନାହିଁଁ। ସେ ବାରମ୍ବାର ପଞ୍ଚାୟତକୁ ଆସି ଆବେଦନ କରିଥିଲେ ବି ଆଜି ପର୍ଯ୍ୟନ୍ତ ଭତ୍ତା ପାଇ ନାହାନ୍ତି। ଏପରିକି ତାଙ୍କର ଆଧାର ସଂଯୋଗ ହୋଇ ନଥିବାରୁ ସେ ରେସନ ସାମଗ୍ରୀରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ସେହିପରି ସାଧୁ ମଳିକଙ୍କ ସ୍ତ୍ରୀ ଇନ୍ଦ୍ରମଣୀ ମଢ଼େଇ(୯୦) ବର୍ଷରେ ପାଦଥାପିଥିଲେବି ବି ତାଙ୍କୁ ଭତ୍ତା ମିଳିପାରିନି। ସେହିପରି ମହେଶ୍ୱର ଦଳେଇ (୮୦) ଓ ତାଙ୍କ ସ୍ତ୍ରୀ ଅମୃତି ଦଳେଇ(୭୦) ଭତ୍ତା ପାଇଁ ବାରମ୍ବାର ଆବେଦନ କରିଥିଲେବି ତାଙ୍କୁ ଗୁହାରୀ କେହି ଶୁଣୁ ନଥିବା ସେ କହିଚନ୍ତି। ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଅସହାୟ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇ ଭତ୍ତା ଯୋଗାଇ ଦୋବକୁ ସେମାନେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.