Home ଓଡ଼ିଶା ବୃଦ୍ଧା ବୁଡି ମା ଙ୍କ ମୁଣ୍ଡରେ ବୋଝ ପାଲଟିଛନ୍ତି ବାପା ମା ଛେଉଣ୍ଡ ୪ ପିଲା,ସରାକାରି...

ବୃଦ୍ଧା ବୁଡି ମା ଙ୍କ ମୁଣ୍ଡରେ ବୋଝ ପାଲଟିଛନ୍ତି ବାପା ମା ଛେଉଣ୍ଡ ୪ ପିଲା,ସରାକାରି ସହାୟତା ତାଙ୍କ ପାଇଁ ସ୍ୱପ୍ନ

53

ମାଲାକନଗିରି,୨୫ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗରିବ ଲୋକଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାଗିରି ଜିଲ୍ଲାର ଅନେକ ଗରିବ ଆଦିବାସୀ ଙ୍କ ପାଇଁ ଯୋଜନ ଯୋଜନା ଦୂରରେ ଅଟକି ରହି ଯାଇଛି ସେ ସରକାରି ଯୋଜନା ଗୁଡିକ । କିଏ ତାର ସୁଫଳ ପାଉଛି ତ ଆଉ କାହା ପାଇଁ ସରକାରି ସହାୟତା ସ୍ୱପ୍ନପାଲଟି ଯାଇଛି । ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ରଗ ଲାଇନ ର ବାପା ମା ଛେଉଣ୍ଡ ଲକ୍ଷମ୍ମୀ ପୁଜାରୀ(୧୬),ରିନା ପୁଜାରୀ(୧୧), ରଶ୍ମିପୁଜାରୀ(୫), ନାରାୟଣ ପୁଜାରୀ(୯) ଏହି ପିଲାମାନଙ୍କ ବାପା ସୋମନାଥ ପୁଜାରୀ ଗତ ୪ବର୍ଷତଳେ ଅସାଧ୍ୟ ବେମାରରେ ପଡି ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଆରପାରିକୁ ଚାଲିଗଲେ, ମା କୁନ୍ଦନା ପୁଜାରୀ ବହୁ ଦୁଃଖକଷ୍ଟ କରି ପରଘରେ କୁଲିମଜୂରି ଲାଗି ୪ଟି ପିଲାଙ୍କ ପେଟକୁ ଦନା ଯୋଗାଡ କରିବା ସହିତ ବୃଦ୍ଧା ଶାଶୁଙ୍କର ଦାଇତ୍ୱ ନେଉଥିଲେ । ପିଲାମାନଙ୍କୁ ପାଠ ଦୁଇ ଅକ୍ଷର ପଢାଇ ବଡ ମଣିଷ କରିବା ପାଇଁ ପେଟକୁ ନଖାଇ ଦିନ ରାତି ଖଟି ଚାଲୁଥିଲେ । ବଡ ଝିଅ ଲକ୍ଷମ୍ମି ପୁଜାରୀ ୧୦ମ ଶ୍ରେଣୀ,ମଝିଆ ଝିଅ ରିନା ପୁଜାରୀ ୭ମ ଶ୍ରେଣୀରେ,ପୁଅ ନାରାୟଣ ୪ର୍ଥ ଶ୍ରେଣୀ ଓ ସାନ ଝିଅ ପ୍ରଥମ ଶ୍ରେଣୀ ରେ ପାଠ ପଡୁଛନ୍ତି । ଦଇବ ପୁଣି ଦାଉସାଜିଲା ମା କୁନ୍ଦନ ଙ୍କୁ କି ରୋଗ ହେଲା କେଜେଣି ସେ ବିଛଣାରେ ପଡି ପଡି ଅର୍ଥ ଉଭାବରୁ ଚିକିତ୍ସା ହୋଇ ନପାରି ଗତ ୪ମାସତଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ବାପା ମା ଙ୍କର ମୃତ୍ୟୁ ପରେ ଅନାଥ ହୋଇଗଲେ ୪ଜଣ ପିଲା । ଏହି ବାପା ମା ଛେଉଣ୍ଡ ୪ଜଣ ପିଲା ଙ୍କୁ ତାଙ୍କର ବୃଦ୍ଧା ବୁଢି ମା ରୁକ୍ମଣି ପୁଜାରୀ (୭୧) ଙ୍କ ଉପରେ ୪ଜଣ ନାତି ନାତୁଣିଙ୍କର ଦାଇତ୍ୱ ର ବୋଝ ଲଦି ହୋଇଗଲା । ବୃଦ୍ଧା ଙ୍କ ଆଖିକୁ ଭଲ ଭାବରେ ଦେଖା ଯାଉନାହିଁ ସେ ମଧ୍ୟ ବଲ ଭାବରେ ଚଲା ବୁଲା କରିପାରୁନାହାଁନ୍ତି, ବହୁ ଦୁଃଖକଷ୍ଟରେ ଏହି ଅନାଥ ୪ଭାଇଭଉଣୀ ଙ୍କ ଦାଇତ୍ୱ ତୁଲାଉଛନ୍ତି । ବଡ ନାତୁଣି ୧୦ମ ଶ୍ରେଣୀ ରେ ପାଠ ପଢୁ଼ଥିବାରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଷ୍ଟାଇପେଣ୍ଡ ଟଙ୍କା ମିଳିବା କଥା , ହେଲେ ସେ ଟଙ୍କା ମିଳୁ ନାହିଁ ,ତାଙ୍କର ଇନକମ ସାର୍ଟିଫିକେଟ ନଥିବାରୁ । ଏ ସଂପର୍କରେ ସମାଜ ସେବୀ ରାମକୃଷ୍ଣଚୌଧୁରୀ ମାଲକାନଗରି ଜିଲ୍ଲା ଶିଶୁ ସୁରକ୍ଷା କମିଟି କୁ ଜଣାଇବାରୁ ଗତ ୨୦.୬.୨୦୨୧ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଙ୍କୁ ଲକ୍ଷମ୍ମୀ ପୁଜାରୀ ଙ୍କ ର ଇନକମ ସାର୍ଟିଫିକେଟ ଇସୁ କରିବା ପାଇଁ ଚିଠି ଲେଖି ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମିଳିନଥିବାରୁ ସେ ବୃତି ଟଙ୍କାରୁ ବଚିଂତ ହୋଇଛନ୍ତି । ଗରିବ ପରିବାର ପୁଣି ଅନାଥ ଝିଅଟିଏ କେହି ସାହା ଭରସା ନାହିଁ ,କେତେ ଥର ବା ସେ ବାଲିମେଳାରୁ ଚିତ୍ରକୋଣ୍ଡା ତହସିଲକୁ ଖର୍ଚାନ୍ତ ହୋଇ ସାର୍ଟିଫିକେଟ ପାଇଁ ଯିବ,ଚାଇଲ୍ଟ ଲାଇନସଂସ୍ଥା ସହିତ ଜିଲ୍ଲାରେ ଶହ ଶହ ସ୍ୱେଚ୍ଛାସେବି ଅନୁଷ୍ଟାନ କାର୍ଯ୍ୟକରୁଥିଲେ ମଧ୍ୟ ଏହି ଗରିବ ଅସହାୟ ଅନାଥ ପରିବାରଙ୍କ ପ୍ରତି କାହାର ଟିକିଏ ବି ଦୃଷ୍ଟି ପଡୁନାହିଁ, ବୃଦ୍ଧା ରୁକ୍ମଣିଙ୍କୁ କେବଳ ଭତା ମାତ୍ର୭ଶହଟଙ୍କା ଓ ରାସନ କାର୍ଡରେ ଚାଉଳ ବ୍ୟତି ତ ଆଉକିଛି ସରାକରି ସହାୟତା ମିଳୁ ନାହିଁ । ଏପରି କି ଘରର ଦୁଇଜଣ ରୋଜ ଗାରିଆ ଲୋକଙ୍କର ମୃତ୍ୟୁ ଘଟି ଯାଇଥିଲେ ମଧ୍ୟ ତାଙ୍କ ପରିବାରଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରାଯାଇ ନାହିଁ କି ମୃତ୍ୟୁ କାଳିନ ସହୟାତା ଟଙ୍କା ମଧ୍ୟ ମିଳି ନାହିଁ । ଏପରି କି ମୁଣ୍ଡ ଗୁଜିଂବା ପାଇଁ ଆବାସ ଗୃହ ଟିଏ ମିଳି ନାହିଁ । ଆଗରୁ ଯେଉଁ କୁଡିଆ ଘରଟି ଥିଲା ସେଥିରେ ବୁଢିମା ଓ ୪ଜଣ ପିଲା ରହୁଛନ୍ତି, ବୁଢି ଲୋକ କେତେ ବା ଖଟିବେ ରୁକ୍ମଣୀ, ପରଘରେ ବାସନ ମାଜି ଓ କୁଲି ବୃତି କରି ଯାହା ରୋଜଗାର କରନ୍ତି ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ବୁଢିମା ର ଦୁଃଖ ଦେଖି ବଡ ନାତୁଣିର କରୋନା ପାଇଁ ସ୍କୁଲ ଛୁଟି ଥିବାରୁ ସେ ମଧ୍ୟ କୁଲିବୃତି କରି କିଛି ରୋଜଗାର କରିଥାଏ । ୫ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡିଥାୀଏ । ଓଳିଏ ଖାଇଲେ ଆର ଓଳି ଓପବାସ ରହିବାକୁ ପଡିଥାଏ । ଏହି ଗରିବ ଅସହାୟ ପରିବାରଙ୍କ ପ୍ରତି ସରକାର ଙ୍କ ର କେବେ ସୁଭ ଦୃଷ୍ଟିପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.