Home ଜିଲ୍ଲା ପରିକ୍ରମା ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣା ପ୍ରଶାସନ ଚୁପ୍ ବସୁଛି କାହିଁକ, ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ଦାୟୀକଲା...

ଦୋବଲ ବସଷ୍ଟାଣ୍ଡ ସୀମାନିର୍ଦ୍ଧାରଣ ଘଟଣା ପ୍ରଶାସନ ଚୁପ୍ ବସୁଛି କାହିଁକ, ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ଦାୟୀକଲା ସୁରକ୍ଷା ମଂଚ

27

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୋବଲ ବସଷ୍ଟାଣ୍ଡ ସର୍ବସାଧାରଣ ବ୍ୟବହୃତ ସରକାରୀ ଜମି ତଥା ବସଷ୍ଟାଣ୍ଡକୁ ଲାଗି କେତେକ ସର୍ବସାଧାରଣ ବ୍ୟବହାରଯୋଗ୍ୟ ସରକାରୀଜମି ଜବରଦଖଲ ଉଚ୍ଛେଦ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମ୍ମ ସ୍ଥାନୀୟ ତହସିଲଦାର ଏଥିରେ ମୁଣ୍ଡପୁରାଉ ନାହାଁନ୍ତି। ଏନେଇ ସ୍ଥାନୀୟ ଅଂଚଳବାସୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିବାବେଳେ ଜିଲ୍ଳାପାଳ ଉକ୍ତ ବସଷ୍ଟାଣ୍ଡର ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତହସିଲଦାର ଉକ୍ତ ଜବରଦଖଲ ସ୍ଥାନକୁ ମାପିବା ପାଇଁ ଆସି ଅଧାମାପି ପଳାଇଯିବାପରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିଲା। ପରେ ଦୋବଲ ବସଷ୍ଟାଣ୍ଡ ସୁରକ୍ଷା ମଂଚ ପକ୍ଷରୁ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ ପରିବାପାଇଁ ସାମ୍ବାଦିକ ସମ୍ମିଳନୀରେ ଚେତାବନି ଦିଆଯିବାପରେ ପ୍ରଶାସନର ନିଦଭାଙ୍ଗିଥିଲା। କେବଳ ନାଁକୁ ଉପଜିଲ୍ଳାପାଳଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇ ଆଉ ଆଗକୁ ବଢିନଥିଲେ। ଧିରେ ଧିରେ ମଂଚ ପକ୍ଷରୁ ଅସେନ୍ତୋଷ ଦେଖାଦେବା ସହ ଏହି ଘଟଣାକୁ ଗୁରୁତର ସହ ନେଇ ୮ଟି ପଂଚାୟତର ଘନ ଘନ ବୈଠକ କରାଯାଇଥିଲା।

ଯଦି ପ୍ରଶାସନ ଏହି ଘଟଣାକୁ ତୁରନ୍ତ ସମାଧାନ ନକରେ ଚଳିତମାସ ୧୬ତାରିଖ ଠାରୁ ମଂଚପକ୍ଷରୁ ଆନ୍ଦୋଳନ, ପ୍ରତିବାଦ ଓ ରାସ୍ତାରୋକ ଭଳି ବିଭିନ୍ନ କାର୍ଯ୍ୟକୁ ହାତକୁନେବ। ସେତେବେଳେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଜିଲ୍ଳାପ୍ରଶାସନ ସମ୍ପୁର୍ଣ୍ଣଭାବରେ ଦାୟି ରହିବେବୋଲି ଧାମନଗର ଜଳସେଚନ ଡ଼ାକବଙ୍ଗଳାଠାରେ ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ମଂଚପକ୍ଷରୁ ଚେତାବନୀ ଦିଆଯାଇଛି। ମଂଚର ସଭାପତି ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଶାସନର ନିଷ୍ପତି ଅନୁଯାୟୀ କୌଣସି କାର୍ଯ୍ୟକ୍ରମ ହାତକୁ ନେଉନଥିବାବେଳେ ଏନେଇ ଜନଆନ୍ଦୋଳନ କରାଯିବବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଚଳିତ ମାସ ଅଗଷ୍ଟ ୧୫ତାରିଖ ଦିନ ବସଷ୍ଟାଣ୍ଡରେ ପତାକା ଉତ୍ତଳନ କରାଯିବ ସହ ୧୬ତାରିଖ ଦିନ ଦୋବଲ- ଧାମନଗର ଓ ଷେଣ୍ଢପୁର ରାସ୍ତା ଅବରୋଦ୍ଧ କରାଯିବା ସହିତ ପ୍ରତିବାଦ ସଭା କରାଯିବବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ଚେତାବନି ଦିଆଯାଇଥିଲା। ସୂଚନାଥାଉକି ଦୋବଲ ବସଷ୍ଟାଣ୍ଡ ମୁଖ୍ୟ ଓ ମୌଳିକ ସମସ୍ୟା ଯାହାକି ଜବରଦଖଲ କାରୀଙ୍କ କବଳରୁ ସର୍ବସାଧାରଣ ସରକାରୀ ଜମିକୁ ସର୍ବସାଧାରଣ ବ୍ୟବହାର ଉପଯୋଗୀ କରିବା ନିମେନ୍ତ ମାପ କରାଯାଇ ସୀମାଚିହ୍ନଟ କରି ଦୋବଲ ବସଷ୍ଟାଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ଜନଆନ୍ଦୋଳନ ତେଜୁଛି ସେ ଦିଗରେ ପ୍ରଶାସନ ତତ୍ପର କାହିଁକି ହେଉନାହିଁ। ଏହି ପ୍ରଶ୍ନରେ ସ୍ଥାନୀୟ ତହସିଲଦାର କ୍ଷୀରୋଦ ପଣ୍ଡା କୁହନ୍ତି ପ୍ରଶାସନ ଏଦୀଗରେ ସମ୍ପୁର୍ଣ୍ଣ ସଜାଗ ରହିଛି ଚଳିତମାସ ୧୨ତାରିଖ ଦିନ ଏନେଇ ଏକ ବୈଠକ କରାଯାଇ ସମସ୍ୟାର ସମାଧାନ କରାଯିବବୋଲି ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.