Home ଜିଲ୍ଲା ପରିକ୍ରମା ବୃଦ୍ଧା ଆଶ୍ରମରେ ନୂଆ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୃଦ୍ଧା ଆଶ୍ରମରେ ନୂଆ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

40

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭଦ୍ରକର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଅସହାୟ ଜୀବନ ବିତାଉଥିବା ବୃଦ୍ଦ-ବୃଦ୍ଧା ମାନଙ୍କୁ ନୂଆ ବସ୍ତ୍ର ସହିତ ସ୍ୱାଦିଷ୍ଟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଭଦ୍ରକ ସହରସ୍ଥିତ ଚରମ୍ପା ଠାରେ ଥିବା ବୃଦ୍ଧା ଆଶ୍ରମରେ ଶ୍ରୀ ବେହେରା ଦ୍ୱାରା ପଠାଯାଇଥିବା ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଛି । ପରିଣତ ବୟସରେ ଅସହାୟ ହୋଇ ବୃଦ୍ଧା ଆଶ୍ରମରେ ଜୀବନ ବିତାଉଥିବା ଏହି ଅସହାୟ ଲୋକଙ୍କୁ ପବିତ୍ର ଜନ୍ମାଷ୍ଟମୀରେ ଟିକିଏ ହସ ଖୁସି ବାଣ୍ଟିବା ପାଇଁ ଏହିପରି କାର୍ଯ୍ୟକ୍ରମ କରାଯାଇଛି । ଏହି ଆଶ୍ରମରେ ଥିବା ୩୦ ଜଣ ବୃଦ୍ଧ-ବୃଦ୍ଧାଙ୍କୁ ନୂଆ ବସ୍ତ୍ର ସହିତ ସ୍ୱାଦିଷ୍ଟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିପାଇଁ ବୃଦ୍ଧବୃଦ୍ଧା ମାନେ ଖୁସି ବ୍ୟକ୍ତ କରିଥିଲାବେଳେ ଆଶ୍ରମ କର୍ତ୍ତୃପକ୍ଷ ମଧ୍ୟ ଆଜିର ଦିନରେ ଏପରି କାର୍ଯ୍ୟକ୍ରମ ପାଇଁ ସମାଜସେବୀ ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ସନ୍ତୋଷ କୁମାର ସାହୁ, ଯୁବନେତା ପରେଶ ଚନ୍ଦ୍ର ନାୟକ, ଆଇନ୍‌ଜୀବୀ ଅଶୋକ କୁମାର ନାୟକ, ଦେବାଶିଷ ନାୟକ, ରାଜଶେଖର ନାୟକ, ସୁବାଷ ନାୟକ, ସ୍ୱାଗତମ ପଲାଇ, ହରେକୃଷ୍ଣ ବେହେରା, ରଘୁନାଥ ବେହେରା, ନାଗା ରାଓ, ରିଙ୍କୁ ଖାନ୍‌, ଅବଦୁଲ କାଲାମ, ଟୁକୁନା ରାଉତ, ଶଙ୍କର ବେହେରା, ଏମ୍‌ଡି ତସଲିମ୍ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.