Home ଓଡ଼ିଶା ବୁର୍ଲା ଭିମସାରରେ ପହଞ୍ଚିଲା କରୋନା ସନ୍ଦିଗ୍ଧ !

ବୁର୍ଲା ଭିମସାରରେ ପହଞ୍ଚିଲା କରୋନା ସନ୍ଦିଗ୍ଧ !

267

ସମ୍ବଲପୁର୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଣେ ୨୩ ବର୍ଷିୟ ଓଡିଆ ସୁନ୍ଦରଗଡ ହୋମଗିର ଅଞ୍ଚଳର କରୋନା ରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସନ୍ଦିଗ୍ଧ ଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ କାଶ, ସର୍ଦି ଓ ଜ୍ୱର ଲାଗି ରହିଥିବା ଡକ୍ଟର କହିଛନ୍ତି । ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗର ସହଯୋଗୀ ପ୍ରଫେସର ଡ଼ାକ୍ତର ସୁଦର୍ଶନ ପୋଥାଲ ରୋଗୀ ଭର୍ତ୍ତି ତଥା ଚିକିତ୍ସା ପାଇଁ ସମସ୍ତ ସାବଧାନତା ଅବଲମ୍ବନ କରାଯାଇ ଥିବା ସୁଚନା ଦେବା ସହିତ ସାଧାରଣ ରୋଗୀଙ୍କୁ ଉଚିତ ସ୍ଥାନରେ ରଖି ଦିଆ ଯାଇଥିବା ସୁଚନା ଦେଇଛନ୍ତି।

 

ଏହା ସହିତ ସନ୍ଦିଗ୍ଧ ରୋଗୀର ଚିକିତ୍ସା ତଥା ପରୀକ୍ଷା କ୍ଷେତ୍ରରେ ଯାହା ମଧ୍ୟ ଅନ୍ୟ ବିଭାଗର ସହାୟତା ଆବଶ୍ୟକ ତାହା ଉପଲବ୍ଧ ହୋଇପରିବ ବୋଲି ଡ଼ାକ୍ତର ପୋଥାଲ ମତପ୍ରକାଶ କରିଛନ୍ତି। ଏହି ୨୩ ବର୍ଷିୟ ଯୁବକ ଜଣକ କୋରିଆରେ ରହୁଥିବା ବେଳେ ଗତ ୨୨ ତାରିଖରେ ସେ ଭାରତ ପହଞ୍ଚିଥିଲେ। ଯୁବକର ବାପା ଏମସିଏଲର ବସୁନ୍ଧରା ମାଇନ୍ସରେ କାର୍ଯ୍ୟରତ  କର୍ମଚାରୀ ବୋଲି ଜଣାପଡ଼ିଛି।  ଦିଲ୍ଲୀରେ ସେ ପହଞ୍ଚିବା ପରେ କରୋନା ଭାଇରସରେ ପିଡ଼ିତ ରହିଥିବା ସନ୍ଦେହରେ ଯୁବକର ପରୀକ୍ଷାନିରୀକ୍ଷା କରାଯାଇଥିଲା ମାତ୍ର ପରିକ୍ଷାରେ କିଛି ବାହାରି ନ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.