Home ଜିଲ୍ଲା ପରିକ୍ରମା ବୀଣାପଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହର ୩ୟ ଦିବସ, ଗୁଆମାଳର ସଂସ୍କୃତି ଓ ପରମ୍ପରା ଓଡ଼ିଶାର...

ବୀଣାପଣି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହର ୩ୟ ଦିବସ, ଗୁଆମାଳର ସଂସ୍କୃତି ଓ ପରମ୍ପରା ଓଡ଼ିଶାର ଏକ ଗୌରବମୟ ଅଧ୍ୟାୟ

35

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଗୁଆମାଳ ପଞ୍ଚାୟତ ବୀଣାପାଣି ସରକାରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହର ତୃତୀୟ ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ ସକାଳ ଅଧିବେଶନରେ ବରିଷ୍ଠ କବି ଦୀନବନ୍ଧୁ ପତିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର ଯୋଗ ଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ବରେଣ୍ୟ ଅତିଥି ଭାବେ ‘ନିଦିଦିନ’ର ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ମନୋଜ କୁମାର ମହାପାତ୍ର ଯୋଗ ଦେଇ ଗୁଆମାଳର ଐତିହ୍ୟ, ପରମ୍ପରା ଓ ସ୍ୱାଧୀତା ଆନ୍ଦୋଳନ ଉପରେ ଆଲୋଚନା କରିବା ଅବସରରେ କହିଥିଲେ ଯେ, ଗୁଆମାଳ ହେଉଛି ଏକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ । ଏହାର ସଂସ୍କୃତି ଓ ପରମ୍ପରା ଓଡ଼ିଶାର ଏକ ଗୌରବମୟ ଅଧ୍ୟାୟ ହୋଇ ରହିଥିବା ବେଳେ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଗୁଆମାଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଡା. ପ୍ରଣବ ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍କୁଲର ପ୍ରଥମ ବ୍ୟାଚ୍ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.