Home ଜିଲ୍ଲା ପରିକ୍ରମା ପିଏୱାଇ ବିଲ୍ ପାଇଁ ମାଳଦା ପିଇଓଙ୍କ ଉତ୍କୋଚ ଦାବି ଅଭିଯୋଗ; ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ପିଏୱାଇ ବିଲ୍ ପାଇଁ ମାଳଦା ପିଇଓଙ୍କ ଉତ୍କୋଚ ଦାବି ଅଭିଯୋଗ; ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

22

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା କାଠି ନାୟକଙ୍କ ପ୍ରଧାନମନ୍ତ୍ରୀ ଆବାସ ଶେଷ କିସ୍ତି ବିଲ ପାଇଁ ମାଳଦା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା ୨ ହଜାର ଟଙ୍କା ଉତ୍କୋଚ ଦାବି କରୁଥିବା ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଛି । ୨୦୧୮-୧୯ ମସିହାରେ ୧ ଲକ୍ଷ ୨୦ ହଜାର ଟଙ୍କାର ଆବାସ ଗୃହ ପାଇଥିଲେ କାଠି ନାୟକ । ଅଭାବୀ ପରିବାର ହୋଇଥିବାରୁ ଧାର କରଜ କରି ବିଳମ୍ବରେ ଆବାସ ଛାତ ଗତ ଅଗଷ୍ଟ ମାସରେ ପକାଇଥିଲେ । ଏହାର ଶେଷ କିସ୍ତି ୩୦ ହଜାର ଟଙ୍କାର ବିଲ ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରିଥିଲେ କାଠି ନାୟକ । ମାତ୍ର ଏହାର ଫାଇଲ ହଜିଯାଇଛି । ୨ ହଜାର ଟଙ୍କା ଦେଲେ ହୁଏତ ମାସେ ଭିତରେ ବିଲ କରାଯାଇପାରେ ବୋଲି ସଂପୃକ୍ତ ନିର୍ବାହୀ ଅଧିକାରୀ କାଠିର ଭାଇକୁ କରିଥିଲେ । ଗରିବ ପରିବାର ହୋଇଥିବାରୁ ବିଲ୍ ଉଠାଇ କରଜ ଅର୍ଥ ସୁଝିବାକୁ କଥା ଦେଇଥିବା କାଠି ଏବେ ୨ ହଜାର ଉତ୍କୋଚ ପାଇଁ ଅସମର୍ଥ ବୋଲି ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ନିକଟରେ ଗୁହାରୀ କରିଛନ୍ତି । ପିଇଓ ଶ୍ରୀ ପଣ୍ଡା ଏହି ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.