Home ଓଡ଼ିଶା ବି ଜେ ପି ରେ ପୂର୍ବତନ ମେୟରଙ୍କ ପତ୍ନୀ: ସ୍ୱାମୀଙ୍କ ଆଦର୍ଶରେ ରାଜନୀତି କରିବି: ଆଶା...

ବି ଜେ ପି ରେ ପୂର୍ବତନ ମେୟରଙ୍କ ପତ୍ନୀ: ସ୍ୱାମୀଙ୍କ ଆଦର୍ଶରେ ରାଜନୀତି କରିବି: ଆଶା ଦାଶ

1707

ବ୍ରହ୍ମପୁର: ୧୭/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ” ଅବକୀ ବାରି ଯୁବା ଔର ନାରୀ ” ସ୍ଲୋଗାନରେ କେତେକ ରାଜନୈତିକ ଦଳର କର୍ମୀମାନେ ଉତ୍ସାହିତ ହୋଇଥିବା ବେଳେ ବି.ଜେ.ପି. ଗଞ୍ଜାମ ଜିଲ୍ଲା ଶାଖାରେ ନାରୀନେତ୍ରୀଙ୍କ ଆବିର୍ଭାବ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ରାଜନୀତି ମଇଦାନକୁ ବ୍ରହ୍ମପୁରର ପୂର୍ବତନ ମେୟର ତଥା ବିଜେପିର ଯୁବନେତା ଶିବ ଶଙ୍କର ଦାସଙ୍କ ସହ ଧର୍ମିଣୀ ଶ୍ରୀମତୀ ଆଶା ଦାସ ଓହ୍ଲାଇଛନ୍ତି। ଆଜି “ମୋ ପରିବାର ଭାଜପା ପରିବାର” ର ଗୋସାଣିନୁଆଗାଁ ସ୍ଥିତ ବାସଭବନ ରୁ ଶତାଧିକ ମହିଳା ଙ୍କୁ ନେଇ ପ୍ରଥମ ଥର ପାଇଁ ରାଜନୀତିର ମଇଦାନରେ ପଦାର୍ପଣ କରି ସେ ଉପସ୍ଥିତି ଜାହିର କରିଛନ୍ତି। ନିଜ ସ୍ୱାମୀ ଙ୍କୁ ଶାସକ ଦଳ ମିଥ୍ୟା କେସରେ ଫସାଇ ହଇରାଣ କରିବା ସହ ବାରମ୍ବାର ପୋଲିସ ଜେଲ କୁ ପଠାଉଥିବା ଅଭିଯୋଗ କରିବା ସହ ଅନ୍ୟାୟ, ଦୁର୍ନୀତି ବିରୁଦ୍ଧରେ ତାଙ୍କ ସଂଗ୍ରାମ ଆରମ୍ଭ ହୋଇଯାଇଥିବାର ସୂଚନା ଦେଇଥିଲେ। ସ୍ୱାମୀ ମେୟର ଥିବା ସମୟରେ ବ୍ରହ୍ମପୁର ର ଉନ୍ନତି ସକାଶେ ବହୁ କାର୍ଯ୍ୟ କରିଛନ୍ତି। ସହରବାସୀ ଏହାକୁ ଗ୍ରହଣ କରିଥିବା ଓ ସମର୍ଥନ ଦେଇଥିବାରୁ ସେ ମଧ୍ୟ ବ୍ରହ୍ମପୁର ବାସୀ ଙ୍କ ସହ ରହି ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ବିଜେପି ଦଳରୁ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଦଳ ଆଗାମୀ ନିର୍ବାଚନ ପାଇଁ ଯେଉଁ ପଦବୀ ରେ ଲଢ଼ିବା ପାଇଁ ସୁଯୋଗ ଦେବ ସେ ଦଳର ନିଷ୍ପତ୍ତି ଅନୁଯାଇ ତାହା କରିବେ ବୋଲି କହିଥିଲେ। ଆଜି ବି ଜେ ପି ର ନାରୀନେତ୍ରୀ ଓ କର୍ମୀମାନେ ଉତ୍ସାହର ସହ ଶ୍ରୀମତୀ ଦାଶ ଙ୍କ ସହ ରହିଥିବା ଘଟଣାରୁ ଶ୍ରୀମତୀ ଦାଶ ଙ୍କୁ ଦଳରେ ବେଶ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.