Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଥିବା ଡାୟାଲିସିସ କେନ୍ଦ୍ର ଡାକ୍ତରଙ୍କ...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଥିବା ଡାୟାଲିସିସ କେନ୍ଦ୍ର ଡାକ୍ତରଙ୍କ ଇସ୍ତାଫା

226

କୋରାପୁଟ ; ତା୧୮-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡାୟାଲିସିସ କେନ୍ଦ୍ରର ଡାକ୍ତର ମଧୁସୂଦନ ମହାପାତ୍ର ଆଜି ଇସ୍ତାଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି ।ପିପିପି ମୋଡରେ କୋରାପୁଟଠାରେ ଗତବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ସାଂସଦ ଝିନ୍ନ ହିକକା କେନ୍ଦ୍ରଟିକୁ ଉଦଘାଟନ କରିଥିଲେ ।ଏଠାରେ ୭ ଟି ବେଡ ରହିଥିବା ବେଳେ ରୋଗୀମାନେ ଆସି ବେଡ ନ ଥିବା ସତ୍ୱେ ମଧ୍ୟ ଡାୟାଲିସିସ କରିବାକୁ ବାଧ୍ୟ କରନ୍ତି ବୋଲି ଡାକ୍ତର ମହାପାତ୍ର ପ୍ରକାଶ କରିଥିଲେ ।ଯେଉଁ ରୋଗୀ ଆସିବାରେ ବିଳମ୍ବ ହୁଏ ସେହି ରୋଗୀ ନିମନ୍ତେ ବେଡଟି ଖାଲି ରଖାଯାଇଥାଏ କିନ୍ତୁ ଅନ୍ୟ ରୋଗୀ ଆସି ଉକ୍ତ ବେଡ ଖାଲି ପଡିଛି କାହିଁକି ଦେଉ ନାହାନ୍ତି ବୋଲି ଯୁକ୍ତତର୍କ କରିଥାନ୍ତି ବୋଲି ସେ ପ୍ରକାଶ କରିଥିଲେ ।ଚାକିରୀ ଜିବନରେ ଓ ଅବସର ନେବାପରେ ଅନେକ ସେବା କରିଛି କିନ୍ତୁ ଏଠାରେ ରୋଗୀମାନେ ସବୁବେଳେ ଯୁକ୍ତିତର୍କ ଓ ପାଟିତୁଣ୍ଡ କରୁଥିବାରୁ ବାଧ୍ୟ ହୋଇ ମୁଁ ଆଜି ସଂଧ୍ୟାରେ ଡାୟାଲିସିସ କେନ୍ଦ୍ରର ମ୍ୟାନେଜରଙ୍କୁ ଇସ୍ତାଫା ପତ୍ର ପ୍ରଦାନ କରିଥିଲି ବୋଲି ଡାକ୍ତର ମହାପାତ୍ର ପ୍ରକାଶ କରିଥିଲେ ।ଡାୟାଲିସିସ କେନ୍ଦ୍ରରେ ଡାକ୍ତର ନ ଥିଲେ ରୋଗୀ ସେବା ହେବ କି ନାହିଁ ତାହା ଏବେ ସନେ୍ଦହରେ ରହିଯାଇଛି ।ଆଜି ସକାଳେ ରୋଗୀସହ ପାଟିତୁଣ୍ଡ ପରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ହସପିଟାଲର ନୂତନ ଅଧିକ୍ଷକ ଡାକ୍ତର ହରିକୃଷ୍ଣ ଦଳେଇଙ୍କୁ ଭେଟି ସମସ୍ତ ବିଷୟ କହିଥିଲେ କିନ୍ତୁ ଡାକ୍ତର ଦଳେଇ ନୂତନ ହୋଇଥିବାରୁ କିଛି ଜାଣି ନ ଥିବା କହିବା ସହ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆସିବା ପରେ ବୁଝିବା ବୋଲି ପ୍ରକାଶ କରିଥିଲେ । ଆସନ୍ତାକାଲି ଡୟାଲିସିସ କେନ୍ଦ୍ର ବନ୍ଦ ହୋଇଗଲେ ରୋଗୀମାନେ ହଇରାଣ ହୋଇଯିବେ ତେଣୁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.