Home ଜିଲ୍ଲା ପରିକ୍ରମା ବିଡ଼ିଓଙ୍କ ନିର୍ଦ୍ଦେଶକୁ ଖାତିର ନକରି ସହକାରୀ ଯନ୍ତ୍ରୀଙ୍କ ମନୋମୁଖି କାର୍ଯ୍ୟ, ସୋହଡ଼ା ପଂଚାୟତର ଏମ୍‌ଜିଏନ୍‌ଆରଜିଏସ୍ ଦୁର୍ନୀତି...

ବିଡ଼ିଓଙ୍କ ନିର୍ଦ୍ଦେଶକୁ ଖାତିର ନକରି ସହକାରୀ ଯନ୍ତ୍ରୀଙ୍କ ମନୋମୁଖି କାର୍ଯ୍ୟ, ସୋହଡ଼ା ପଂଚାୟତର ଏମ୍‌ଜିଏନ୍‌ଆରଜିଏସ୍ ଦୁର୍ନୀତି ଅଭିଯୋଗ, ସୋହଡ଼ା ପଂଚାୟତର ଅର୍ଥ ଖଡ଼ିପଦାରେ ଖର୍ଚ୍ଚ

61

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଠାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଉନ୍ନତି ଓ ବିକାଶ ନିମନ୍ତେ ସିଧାଶଳଖ ଭାବରେ ସରପଂଚ ମାନଙ୍କୁ କ୍ଷମାତା ପ୍ରଦାନ କରିଛନ୍ତି । ହେଲେ ସରପଂଚମାନେ ତାଙ୍କ କ୍ଷମତାର ଅପବ୍ୟବହାର କରିବାସହିତ ବିଭାଗୀୟ ଅଧିକାରୀଙ୍କୁ ହାତବାରିସକରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଛନ୍ତି । ଏମିତି ଏକ ଘଟଣା ଘଟିଛି ଧାମନଗର ବ୍ଲକ ସୋହଡ଼ା ପଂଚାୟତରେ ଉକ୍ତ ପଂଚାୟତର ସରପଂଚ ମନୋମୁଖି ଭାବରେ କେତେକ ରାଜନୈତିକ ବ୍ୟକ୍ତିଙ୍କ ପ୍ରଲୋଚନାରେ ବିଭାଗୀୟ ଅଧିକାରୀଙ୍କ ସହ ହାତମେଳାଇ ଏମ୍‌ଜିଏନ୍‌ଆରଜିଏସ୍ ମାଧ୍ୟମରେ ଆସିଥିବା ଅର୍ଥକୁ ହରିଲୁଟ କରୁଛନ୍ତି । ପ୍ରକାଶ ଥାଉକି ସୋହଡ଼ା ପଂଚାୟତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଚ୍ୟୁତପତି ଘରସାମ୍ନା ହରପାର୍ବତି ଖେଳପଡ଼ିଆ ଉନ୍ନତି କରଣ ନିମନ୍ତେ କାର୍ଯ୍ୟ ହୋଇଥିଲା । ମାତ୍ର ଏହି ଯୋଜନା ସୋହଡ଼ା ପଂଚାୟତରେ ନହୋଇ ଖଡ଼ିପଦା ପଂଚାୟତ ବୈକୁଣ୍ଠି ରାଜସ୍ୱ ଗ୍ରାମର ଶିବମନ୍ଦିର ପରିସରରେ କରାଯାଇଥିଲା । ଯାହାକି ସମ୍ପୁର୍ଣ୍ଣ ଭାବରେ ଆଇନ୍ ବିରୋଧ । ସୋହଡ଼ ପଂଚାୟତର ଅର୍ଥ ସେଇ ସୋହଡ଼ା ପଂଚାୟତରେ ଖର୍ଚ୍ଚ ହୋଇପାରିବ ଏବଂ ସେଠାକାର ଶ୍ରମିକ ମାନେ ଏହି କାର୍ଯ୍ୟ କରିବେ । ହେଲେ କିପରି ଭାବରେ ସୋହଡ଼ା ପଂଚାୟତର କାମ ଖଡ଼ିପଦା ପଂଚାୟତରେ କରାଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏ ନେଇ ଖଡ଼ିପଦାର ପଂଚାୟତର ବୈକୁଣ୍ଠି ରାଜସ୍ୱ ଗ୍ରାମର ଗ୍ରାମବାସୀ ଓ ଶ୍ରମିକ ମାନେ ଧାମନଗର ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଡ଼ିଓ ସମ୍ପୃକ୍ତ ସହକାରୀ ଯନ୍ତ୍ରୀକୁ କାର୍ଯ୍ୟର ତଦନ୍ତ କରିବା ସହିତ ବିଲ୍ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସହକାରୀ ଯନ୍ତ୍ରୀ ବିଡ଼ିଓଙ୍କ ନିର୍ଦ୍ଦେଶକୁ ଖାତିରନକରି ଗତମାସ ୧୨ଜଣ ଶ୍ରମିକଙ୍କର ୬ଦିନର ମଜୁରି ପ୍ରଦାନ କରିଛନ୍ତି । ଏନେଇ ସହକାରୀଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ପଂଚାୟତର ଉନ୍ନତି ହେଉଛି ଏବଂ ଶ୍ରମିକ ମାନେ କାର୍ଯ୍ୟକରୁଛନ୍ତି । ଏଥିରେ ଅସୁବିଧା କେଉଁଠି ରହିଲାବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି । ଏଦୀଗରେ ଖଡ଼ିପଦା ପଂଚାୟତର ପୂର୍ବତନ ସରପଂଚ ଅତିଶକୁମାର ନନ୍ଦ କୁହନ୍ତି ଖଡ଼ିପଦା ପଂଚାୟତରେ ବହୁ ଉନ୍ନତିକରଣ କାର୍ଯ୍ୟ ହୋଇଛି ଏବଂ ପଂଚାୟତ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଅନ୍ୟ ପଂଚାୟତର ଅର୍ଥ ଖଡ଼ିପଦା ପଂଚାୟତରେ ବିନିଯୋଗ କରାଯାଉଥିବାବେଳେ ଖଡ଼ିପଦା ପଂଚାୟତ ଶ୍ରମିକ ମାନେ ମଧ୍ୟ ଏହି କାମରୁ ବଂଚିତ ହୋଇଛନ୍ତି । ଏ ଦୀଗରେ ବିଧିବଧ ତଦନ୍ତ କରାଗଲେ ପ୍ରକୃତ ସତ୍ୟତା ପଦାକୁ ଆସିପାରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.