Home କେନ୍ଦୁଝର ତହସିଲ କର୍ମଚାରୀଙ୍କ ଅକାଳ ବିୟୋଗ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ତହସିଲ କର୍ମଚାରୀଙ୍କ ଅକାଳ ବିୟୋଗ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

104

ହାଟଡ଼ିହି-୨୮ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡାଟା ଏଣ୍ଟ୍ରିଅପରେଟର ଭାବେ କାର୍ଯ୍ୟ କରୁଥିବା ବଞ୍ଚୋ ଗ୍ରାମର ମନୋଜ କୁମାର ରାଉତଙ୍କ ୪୪ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଆଜି ତାଙ୍କର ଛୁଟି ଥିବାରୁ ସେ ଆଜି ଦୀର୍ଘସମୟ ଧରି ନିଜ ବାଡିରେ କାମ କରୁଥିବାବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସେ ଅଂଶୁଘାତର ଶୀକାର ହୋଇଥିବା ଭାବି ପରିବାର ଲୋକେ ଘରେଇ ଚିକିତ୍ସା କରିଥିଲେ । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କିଛି ପରିବର୍ତ୍ତନ ନଆସିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେ ତହସିଲର ଜଣେ କତ୍ତବ୍ୟନିଷ୍ଠ କର୍ମଚାରୀ ଓ ଜଣେ ସମାଜସେବୀ ଭାବେ ଜଣାଶୁଣା ଥିଲେ । ସେ ଅନେକ ଲୋକଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ବଞ୍ଚୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପରଲୋକ ଖବର ଶୁଣି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ବଞ୍ଚୋ ଗ୍ରାମର ଶତାଧିକ ବ୍ୟକ୍ତି ଆନନ୍ଦପୁର ଡାକ୍ତରଖାନାକୁ ଯାଇ ଶେଷ ଦର୍ଶନ କରିଛନ୍ତି । ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.