Home କେନ୍ଦୁଝର ବିସ୍ଥାପିତଙ୍କ ଘର ନିର୍ମାଣ ସମସ୍ୟା, ଟ୍ୟାଙ୍କର ପିଛା ୮ଶହ ଟଙ୍କା ଦେଇ କିଣୁଛନ୍ତି ପାଣି

ବିସ୍ଥାପିତଙ୍କ ଘର ନିର୍ମାଣ ସମସ୍ୟା, ଟ୍ୟାଙ୍କର ପିଛା ୮ଶହ ଟଙ୍କା ଦେଇ କିଣୁଛନ୍ତି ପାଣି

178

ହାଟଡ଼ିହି-୧ /୫, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗକୁ ଆସୁଛି ବର୍ଷାଦିନ । ଏବେ କାଳବୈଶାଖି ଘୁର୍ଣ୍ଣିଝଡ ଆଶଙ୍କାରେ ବିସ୍ଥାପିତ ମାନେ ଆତଙ୍କିତ । ଦୁଇବର୍ଷ ଧରି ନୁଆଁଣିଆ ଚାଳଘରେ ବାସକରୁଥିବାରୁ କେତେବେଳେ ଯେ ତାହା ଉଡିଯିବ ସେନେଇ ଆଶଙ୍କାରେ ଅଛନ୍ତି ସମ୍ପୁର୍ଣ୍ଣ ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ଏବେ ଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ପାଣି ସମସ୍ୟା ଯୋଗୁଁ ବାସଗୃହ ନିର୍ମାଣରେ ବିଳମ୍ବ ଉପୁଜୁଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଗୋଟିଏ ଟ୍ରାକ୍ଟର ପାଣିର ଦାମ ୮ଶହ ଟଙ୍କା ଦେଇ କିଣି ଘର କରୁଛନ୍ତି । ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମର ଆଦର୍ଶ କଲୋନୀରେ । ଖବରରୁ ଜଣାଯାଇଛି ଯେ ହଦଗଡ ଅଭୟାରଣ୍ୟର ପିତାନାଉ ଗ୍ରାମରୁ ୯୪ପରିବାର ବିସ୍ଥାପିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଝଣଝଣା ଠାରେ ବିସ୍ଥାପନ କରାଯାଇଛି । ପ୍ରଶାସନ ପକ୍ଷରୁ ଝୁମ୍ପୁଡି ଘର ମାନ ନିର୍ମାଣ କରାଯାଇ ସେମାନଙ୍କୁ ବିସ୍ଥାପନ କରାଯାଇôତଲା । ଏବେ ଘରଡିହ ପଟା ଦିଆଯିବାପରେ ୮୮ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ତିନି ମାସ ଭିତରେ ଘର କାମ ସାରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇ ଥିବାବେଳେ ଲୋକମାନେ ନିଜ ନିଜ ଉଦ୍ୟମରେ ଘରନିର୍ମାଣ କାର୍ଯ୍ୟ ଆଗେଇ ନେଇ ଚାଲିଛନ୍ତି । ନିଜ ନିଜର ପକ୍କାଘରକୁ ମଜବୁତ କରିବା ଉଦ୍ଦେଶ୍ୟ ନେଇ ସେମାନେ ନିଜ ଉଦ୍ୟମରେ ଘର ନିର୍ମାଣ ସାମଗ୍ରୀ ଯୋଗାଡ କରି ଘରକାମ କରୁଥିବାବେଳେ ପାଣି ପାଇଁ ସମସ୍ୟା ଦେଖା ଦେଇଛି । ସେଠାରେ ପାଣିର କୌଣସି ସୁବିଧା ନଥିବାରୁ ଟ୍ୟାଙ୍କର ଯୋଗେ ପାଣି କିଣିଆଣି ଘର କରୁଛନ୍ତି । ଗୋଟିଏ ଗୋଟିଏ ଟ୍ୟାଙ୍କର ପାଣିକୁ ସେମାନେ ଆଠଶହ ଟଙ୍କା ଦେଇ କିଣୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏପରିକି କିଛି ଘରର ଗ୍ରେଟବିମ ପଡି ସାରିଥିଲେ ମଧ୍ୟ ବ୍ଲକ ପକ୍ଷରୁ ସେମାନଙ୍କୁ ପ୍ରଥମ କିସ୍ତି ଅନୁଦାନ ଯୋଗାଇ ଦିଆଯାଉ ନଥିବାରୁ ସେମାନେ ଘର କାମ ଆଗେଇ ନେବାରେ ଅସୁବିଧା ଉପୁଜୁଛି ବୋଲି ଦୟାନିଧି ପ୍ରଧାନ, ହରେକୃଷ୍ଣ ଖଟୁଆ, ଦୋବର୍ଷି ବିନିସିଆ, ବସନ୍ତ ଖଟୁଆ, କୁନା ମଢ଼େଇ, ନିଶିକାନ୍ତ ଖଣ୍ଡେଇ, ରମେଶ କପୁଣ୍ଡିଆ, କାଳିଆ ନାଇକ, ସୁରେଶ ବିଶ୍ୱାଳ, ସମିର କପୁଣ୍ଡିଆ, ସୁରେଶ କୁପୁଣ୍ଡିଆ, କାଳିଆ ନାଇକ, ଅନାଦି ନାଇକ, ଟୁନା ମଢ଼େଇ, ବିଦେଶୀ କଳପାଳିଆ ପ୍ରମୁଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.