Home କେନ୍ଦୁଝର ବଜ୍ରପାତରେ ୪ବଖରା ଘର ପୋଡିଗଲା

ବଜ୍ରପାତରେ ୪ବଖରା ଘର ପୋଡିଗଲା

179

ହାଟଡ଼ିହି-୧ /୫, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଅଁରା ପଞ୍ଚାୟତର ମଧୁରଗଡିଆ ଗ୍ରାମରେ ଗତକାଲି ରାତିରେ ବଜ୍ରପାତରେ ୪ବଖରା ବଖରା ଘର ପୋଡି ଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ପ୍ରବଳ ବର୍ଷସହ ବଜ୍ରପାତ ଘଟିଥିଲା । ଏଥିରେ ଗ୍ରାମର ଧରଣୀଧର ଶଙ୍ଖୁଆ ଓ ନିତ୍ୟାନନ୍ଦ ଶଙ୍ଖୁଆଙ୍କ ଚାରିବଖରା ଘର ପୋଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.