Home ଓଡ଼ିଶା ବିଷ୍ଣୁଙ୍କ ବିବାଦୀୟ ବୟାନ

ବିଷ୍ଣୁଙ୍କ ବିବାଦୀୟ ବୟାନ

230

ଭୁବନେଶ୍ୱର, ୧।୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରାଜ୍ୟସଭାରେ ତିନ୍ ତଲାକ ବିଲ ପାସ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଅପେକ୍ଷା ଥିଲା। ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଉପରେ ମୋହର ମଧ୍ୟ ମାରିସାରିଛନ୍ତି।

ଅନ୍ୟପଟେ ଆଜି ଶୂନ୍ୟକାଳରେ ଏହି ତିନି ତଲାକ୍ କୁ ପ୍ରସଙ୍ଗକୁ କରି ଗୃହରେ କଂଗ୍ରେସ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ବିରୋଧୀଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିବାଦୀୟ ବୟାନକୁ ନେଇ ଗୃହରେ ଏହି ହଙ୍ଗାମା ହୋଇଥିବା ଜଣାପଡିଛି। ତେବେ କିଛି ମୁସଲିମ୍ ମହିଳା ତଲାକ୍ ଯୋଗୁଁ ବେଶ୍ୟାବୃତ୍ତି କରୁଥିବା ଭଳି ବିବାଦୀୟ ବୟାନ ଦେଇଥିଲେ ବିଷ୍ଣୁ। ଏହା ସହ ସେମାନେ କୋଲକାତା ଓ ମୁମ୍ବାଇରେ ଦେହ ବ୍ୟବସାୟ କରୁଛନ୍ତି ବୋଲି ସେ କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.