Home ଜିଲ୍ଲା ପରିକ୍ରମା ବିଷ୍ଣୁଙ୍କ ଅଧୁରା କାର୍ଯ୍ୟ ପୂରଣ ହୋଇ ପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ...

ବିଷ୍ଣୁଙ୍କ ଅଧୁରା କାର୍ଯ୍ୟ ପୂରଣ ହୋଇ ପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ – ଜେପି ନଡ୍ଡା

38

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ କବି ବିଷ୍ଣୁ ସେଠୀଙ୍କ ଦ୍ୱାଦଶାହ ଅବସରରେ ବିଷ୍ଣୁ ସ୍ମୃତି କମିଟି ପକ୍ଷରୁ ଜନ୍ମମାଟି ତିହିଡ଼ିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇ ଯାଇଛି। ତିହିଡ଼ି କଲେଜ ପରିସରରେ ଅନୁଷ୍ଠିତ ଏହି ସଭାକୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସଂଚାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇ କହିଥିଲେ ଯେ ବିଷ୍ଣୁ ସେଠୀ ଆମ ସମସ୍ତଙ୍କର ପ୍ରିୟ ଥିଲେ। ଗରିବ ଓ ଅବହେଳିତଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ। କିଛି ପାଇବାର ଆଶା ନନେଇ ସବୁବେଳେ ଲୋକମାନଙ୍କୁ ଦେବା ପାଇଁ ତତ୍ପର ଥିଲେ। ତାଙ୍କ ବିୟୋଗ ସମାଜ, ଦଳ ଏବଂ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା। ତାଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲେ ତାଙ୍କପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ମୁଖ୍ୟବକ୍ତା ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ ଯେ, ବିଷ୍ଣୁ ସେଠୀ ଜଣେ ନେତା ନଥିଲେ ଏକ ଅନୁଷ୍ଠାନ ଥିଲେ। ଗରିବ ଲୋକଙ୍କ ଉନ୍ନତି ପାଇଁ ସବୁବେଳେ ଭାବୁଥିବା ଲୋକ ଥିଲେ ବିଷ୍ଣୁ ଭାଇ। ସୃଜନଶୀଳ ବ୍ୟକ୍ତିତ୍ୱ ଭାବରେ ପରିଚିତ ଥିଲେ। ତାଙ୍କ ବିୟୋଗରେ କେବଳ ତିହିଡ଼ି, ଚାନ୍ଦବାଲି, ଭଦ୍ରକ, ବାଲେଶ୍ୱର କି ଓଡ଼ିଶା ନୁହେଁ ସାରା ଦେଶର ଏକ ଉଜ୍ଜ୍ୱଳ ଦୀପ ଲିଭିଗଲା।

ତାଙ୍କର ବ୍ୟକ୍ତିତ୍ୱ ଆମ ପାଇଁ ପ୍ରେରଣା ହେଉ। ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ କହିଥିଲେ ଯେ, ସ୍ୱର୍ଗତ ସେଠୀ ଏକାଧାରରେ ଜଣେ ସାହିତ୍ୟିକ, ସଂଗଠକ, ରାଜନେତା ଓ କବି ଭାବରେ ସ୍ୱତନ୍ତ୍ର ପରିଚୟ ଥିଲା। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟାଇଛି। ଏହି ଅବସରରେ ଅତିଥିମାନେ ସ୍ମୃତି ପତ୍ରିକା ‘ବିଷ୍ଣୁପଥ’କୁ ଉନ୍ମୋଚନ କରିଥିଲେ। ପରେ କଲେଜ ପରିସରରେ ବିଷ୍ଣୁଙ୍କ ସ୍ମୃତିରକ୍ଷା ପାଇଁ ଦୁଇଟି ଚାରା ରୋପଣ କରିଥିଲେ। ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ର୍ରୀ ନଡ୍ଡ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି ପୂର୍ବାହ୍ଣ ୧୦ଟା ସମୟରେ ତିହିଡ଼ି କାଳିପଡ଼ିଆ ହେଲିପ୍ୟାଡ଼ରେ ଅବତରଣ କରିଥିଲେ। ଏଠାରେ ଉପସ୍ଥିତି ଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ପୂର୍ବତନ ସଭାପତି ବଦ୍ରୀନାରାୟଣ ଧଳ, ବିଜେପିର ବରିଷ୍ଠନେତା ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲ୍ଲିକ, ଡ. ପ୍ରଦୀପ ନାୟକ, ଅଶୋକ ପୁହାଣ, ମନୋରଂଜନ ମଲ୍ଲିକ, ସୁଧାଂଶୁ ପାଣିଗ୍ରାହୀ, ରାମଚନ୍ଦ୍ର ମିଶ୍ର, ଶରତ ମହାନ୍ତି, ନାରୀନେତ୍ରୀ ରଂଜିତା ସ୍ୱାଇଁ, ମନସ୍ମିତା ଖୁଣ୍ଟିଆ, ସିପ୍ରା ବାଜପେୟି, ସ୍ୱର୍ଣ୍ଣମୟୀ ଜେନା, ଦୀପ୍ତିରଂଜନ ଜେନା, ଚତୁର୍ଭୁଜ ନାୟକ, ବୈକୁଣ୍ଠନାଥ ସାହୁ, ଦେବେନ୍ଦ୍ରେ ପୁହାଣ, ଶ୍ରୀହର୍ଷ ସ୍ୱାଇଁ, ଶୁକଦେବ ମଲ୍ଲିକ, ପ୍ରଦୀପ ବଳ, ତପନ କୁମାର ପାଢ଼ୀ, ଦୁର୍ଗା ଚରଣ ନାୟକ, କ୍ଷୀରୋଦ ସ୍ୱାଇଁ, ବୁଦ୍ଧଦେବ ଜେନା, ସଂଜୀବ ବେହେରା, ସତ୍ୟସୁନ୍ଦର ପାଢ଼ୀ, ଅଜୟ ତ୍ରିପାଠୀ, ପ୍ରଶାନ୍ତ କୁମାର ନାୟକ, ସୁବାସ ଚନ୍ଦ୍ର ସେଠୀ, ପ୍ରତାପ ଜେନା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଅତିଥିମାନେ ସ୍ୱର୍ଗତ ସେଠୀଙ୍କ ମଙ୍ଗରାଜପୁର ସ୍ଥିତ ବାସଭବନକୁ ଯାଇ ସମାଧିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ବରିଷ୍ଠ ସାହିତ୍ୟିକ ଡ. ଲକ୍ଷ୍ମୀଧର ତ୍ରିପାଠୀ ଏବଂ ସ୍ମୃତିପତ୍ରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଂଯୋଜନାରେ ସାଧାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଳୋଚନ ପଣ୍ଡା, ପୂର୍ବତନ ବିଧାୟକ ନରେନ ପଲେଇ, ବିଶିଷ୍ଟ ପ୍ରବଚକ ବୀରେନ୍ଦ୍ର ପଣ୍ଡା, ସଂଗ୍ରାମ ଆଚାର୍ଯ୍ୟ, କବି ଦୀନବନ୍ଧୁ ପତି, ପଞ୍ଚାନନ ନାୟକ, ରଘୁନାଥ ପାତ୍ର, ନିର୍ମଳ ରାଉତ, ଅଡ଼ଭୋକେଟ ନିରାକାର ଜେନା, ଗଦାଧର ବଳ, କୈଳାସ ରାଉଳ, ଶୁଭ୍ରନାରାୟଣ ସେଠୀ, ଧୀରେନ୍ଦ୍ର ସାହୁ, ଆକାଶବାଣୀ ଦୂରଦର୍ଶନ ଜିଲା ପ୍ରତିନିଧି ଅଶୋକ କୁମାର ନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ଡ.ହରିହର ନାୟକ, ଡା. ରଣଜିତ୍ ଖଟୁଆ, ଅକ୍ଷୟ ସାହୁ, ଶଶିକାନ୍ତ ବିଶ୍ୱାଳ, ସୀତାକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ଅମୂଲ୍ୟ ସେନାପତି, ଉମାକାନ୍ତ ଦାସ, ଶରତ ମହାନ୍ତି, ଭରତ ସାହୁ, ସୁଶାନ୍ତ ସେଠୀ, ପ୍ରମୋଦ ଦାସ, ମୁକ୍ତିକାନ୍ତ ନାୟକ, ବିଜୟ ବଳ, ଶ୍ରୀକାନ୍ତ ନାୟକ, ଭଗବାନ ପାଣିଗ୍ରାହୀ, ସୋମନାଥ ପାଢ଼ୀ, ମନୋଜ ପାଣିଗ୍ରାହୀ, ରାଜେନ୍ଦ୍ର ସାହୁ, ଆଲୋକ ପୁହାଣ, ଦୀପ୍ତିରଂଜନ ଜେନା, ଜୟନ୍ତ କୁମାର ନାୟକ, ଅମୀୟଚାନ୍ଦ ନାୟକ, ପ୍ରଫୁଲ୍ଲ ପାଢ଼ୀ, ପଙ୍କଜ ନାୟକ, ସୁରେଶ ସାମଲ, ତୁଷାରକାନ୍ତ ଜେନା, ସୁମିତ୍ରା ପାଣି, କଳ୍ପନା ଜେନା, କିଶୋର ବେହେରା, କାହ୍ନୁ ଚରଣ ବେହେରା, ସୁରେଶ ସାହୁ, ଗଣେଶ ଚନ୍ଦ୍ର ବିଶ୍ୱାଳ, ଚିନ୍ତାମଣି ଦାସ, ଶରତ ଦାସ, କମଳା ଦାସ, ବାପୁଜୀ ନାୟକ, ମନୋଜ ସେନାପତି, ପ୍ରଦୀପ ନାୟକ, ମାନସ ନାୟକ, ରାଜାରାମ ମହାକୁଡ଼, ପଞ୍ଚାନନ ରାଉତ, ଗୌତମ ରାୟ, ସୁଧାଂଶୁ ନାୟକ, ରତିକାନ୍ତ ଦାସ, ବ୍ରହ୍ମାକୁମାରୀ ଅମୀତା, ଡ. ରବି ବେହେରା, କୈଳାସ ବେହେରା, ଦୀପ୍ତିମୟୀ ନାୟକ, ଲାଲା ଧୀରଂଜନ ରାୟ ପ୍ରମୁଖଙ୍କ ସମେତ ବହୁ ବିଷ୍ଣୁପ୍ରେମୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ଶେଷରେ ସ୍ୱର୍ଗତ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସୁପରିଚାଳନାରେ ତିହିଡ଼ି ଅଂଚଳ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ, ତହସିଲଦାର ପ୍ରତୀକ ସାହୁ, ଅତିରକ୍ତ ତହସିଲଦାର ଅଙ୍କିତା ମହାନ୍ତି, ବିଡିଓ ବସନ୍ତ କୁମାର ସାହାଣୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା, ଏସଡିପିଓ ଉମାଶଙ୍କର ପ୍ରତାପ, ତିହିଡ଼ି ଥାନା ଅଧିକାରୀ ତପନ ପ୍ରଧାନ, ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ପ୍ରମୁଖଙ୍କ ସହିତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.