Home ଜିଲ୍ଲା ପରିକ୍ରମା ବାଣିଜ୍ୟ ପ୍ରଶ୍ନ ପତ୍ର ପ୍ରଘଟ ଘଟଣା: ଉତ୍କଳ ବିଶ୍ୱ ବିଦ୍ୟାଳୟର ରଣପୁର ମହା ବିଦ୍ୟାଳୟରେ ଯାଂଚ୍‌

ବାଣିଜ୍ୟ ପ୍ରଶ୍ନ ପତ୍ର ପ୍ରଘଟ ଘଟଣା: ଉତ୍କଳ ବିଶ୍ୱ ବିଦ୍ୟାଳୟର ରଣପୁର ମହା ବିଦ୍ୟାଳୟରେ ଯାଂଚ୍‌

29

ନୟାଗଡ/୩୦/୦୯(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ମହାବିଦ୍ୟାଳୟରେ ଗତ ୨୯ ତାରିଖରେ ଯୁକ୍ତ ୩ ବାଣିଜ୍ୟ ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇ ପ୍ରଶ୍ନପତ୍ର ରେ ପରୀକ୍ଷା ହୋଇଥିବା ଜଣାପଡିଛି। ଏ ନେଇ ଉତ୍କଳ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଙ୍କ ନିର୍ଦେଶ ରେ ଡେପୁଟି ପରୀକ୍ଷା ନିୟନ୍ତ୍ରକ ଅଟଳ ବିହାରୀ ଦାସ ଓ ସହଯୋଗୀ ଡ. ଅଂଶୁମାନ ସାହୁ ରଣପୁର ମହାବିଦ୍ୟାଳୟ ରେ ପହଂଚି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ପ୍ରଘଟ ହୋଇଥିବା ପ୍ରଶ୍ନପତ୍ରକୁ ଜବତ କରିଛନ୍ତି। ଘଟଣାରୁ ପ୍ରକାଶ ଯୁକ୍ତ ୩ ବାଣିଜ୍ୟ ପରୀକ୍ଷା ଚାଲିଥିବା ବେଳେ ୨୯ ସେପ୍ଟେମ୍ବର ରେ ହେବାକୁଥିବା ପରୀକ୍ଷା ରେ କୋର୍ ୮ ପ୍ରଶ୍ନ ପତ୍ର ଖୋଲାଯିବା ପରିବର୍ତ୍ତେ କୋର୍ ୯ ପରୀକ୍ଷା ପ୍ରଶ୍ନପତ୍ର ପ୍ୟାକେଟ ଖୋଲି ପରୀକ୍ଷାର୍ôଥ ମାନଙ୍କୁ ବଣ୍ଟନ କରାଯାଇଥିଲା। ପ୍ରଶ୍ନପତ୍ରରେ ତୃଟି ଜାଣି ପିଲା ମାନଙ୍କ ଠାରୁ ପ୍ରଶ୍ନପତ୍ର ଫେରସ୍ତ ନିଆଯାଇଥିଲା। ଇତିମଧ୍ୟରେ ମୋବାଇଲ ଯୋଗେ ପ୍ରଶ୍ନପତ୍ରର ଫଟୋ ଉଠାଇ ସାମାଜିକ ଗଣ ମାଧ୍ୟମ ରେ ଛଡା ଯାଇଥିଲା।

ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ରଣପୁର ମହାବିଦ୍ୟାଳୟ ର ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଆଶିଷ କୁମାର ଦାସ ଉତ୍କଳ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଙ୍କୁ ଜଣାଇଥିଲେ। ତେଣୁ ପ୍ରଘଟ ହୋଇଥିବା କୋର୍ ୯ ପ୍ରଶ୍ନପତ୍ର ପ୍ରତିବଦଳରେ ସାରା ଓଡିଶାରେ ଇ ପ୍ରଶ୍ନପତ୍ର ଜରିଆରେ ପରୀକ୍ଷା ହୋଇଥିବା ଜଣାପଡିଛି। ରଣପୁର ମହାବିଦ୍ୟାଳୟ ଅଧକ୍ଷ ନିରଞ୍ଜନ ଗୁରୁ ଙ୍କ ସୂଚନା ଅନୁଯାଇ ତାଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟର ପରୀକ୍ଷା ଦାୟିତ୍ୱରେ ଥିବା ଆଶିଷ କୁମାର ଦାସ, ଅଲିଭା କେରକେଟା ଓ ନରେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଉପସ୍ଥିତି ରେ ସମୟ ଅଭାବରୁ ତରବରିଆ ଭାବେ ପ୍ରଶ୍ନପତ୍ର ଖୋଲାଯାଇଥିଲା। ତେଣୁ ଭୁଲ ହୋଇଯାଇଥିଲା। ପରୀକ୍ଷା ହଲ୍ ଭିତରକୁ ଛାତ୍ର ଛାତ୍ରୀମାନଙ୍କୁ ତନଖି କରି ଛାଡୁଥିବା ଅଧ୍ୟାପକ ଅଧ୍ୟାପିକା ଙ୍କ ଅନୁପସ୍ଥିତ ଯୋଗୁଁ ମୋବାଇଲ ପରୀକ୍ଷା ହଲ୍ ଭିତରକୁ ଚାଲିଯାଇଥିଲା। ମୁଁ ଯେହେତୁ ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନରେ ଅଧ୍ୟକ୍ଷ ଦାୟିତ୍ୱ ନେଲି ତେଣୁ ବ୍ୟସ୍ତତା ଭିତରେ ଏଭଳି ଭୁଲ ହୋଇଯାଇଥିଲା। ଯାହାକି ଉଦେଶ୍ୟ ମୂଳକ ନୁହେଁ। ପ୍ରଶ୍ନପତ୍ର ପ୍ରଘଟ ଘଟଣା ପାଇଁ ଆମ୍ଭେ ଦାୟିତ୍ୱରେ ଥିବା ସମସ୍ତେ ଦାୟୀ। ପୁର୍ବରୁ ଯୁକ୍ତ ୨ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଆମ୍ଭେ ଜାଣିବାର ଅବକାଶ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.